ଭରତପୁର କୋଇଲାଖଣି ଧସି ଅନ୍ୟୂନ ୫ ଶ୍ରମିକ ପୋତି ହୋଇଥିବା ଆଶଙ୍କା

Advertisment

ତାଳଚେର: ମଙ୍ଗଳବାର ରାତିରେ ସ୍ଥାନୀୟ ଭରତପୁର କୋଇଲାଖଣିର କିଛି ଅଂଶ ଧସି ପଡ଼ିବାରୁ ଅନ୍ୟୂନ ୫ ଜଣ ଶ୍ରମିକ ପୋତି ହୋଇପଡ଼ିଥିବା ଆଶଙ୍କା କରାଯାଉଛି। ଏ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ ମଧ୍ୟରୁ ମାତ୍ର ଜଣକୁ ଉଦ୍ଧାର କରାଯାଇ ପାରିଛି।

ରାତି ପ୍ରାୟ ଦୁଇଟା ବେଳେ ଖୋଲାମୁହଁ କୋଇଲା ଖଣିରେ ଶ୍ରମିକମାନେ ତିନିଟି ହାଇଓ୍ଵା ଏବଂ ଗୋଟିଏ ଲୋଡ୍‌ରରେ କୋଇଲା ବୋଝେଇ କରୁଥିବା ବେଳେ ଖଣି ମୁହଁର ଗୋଟିଏ ଅଂଶ ଅକସ୍ମାତ ଧସିପଡ଼ିଥିଲା। ଫଳରେ ସେଠାରେ କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରୁ କେତେ ଜଣ ଧସି ପଡ଼ିଥିବା କୋଇଲା ଅତଡ଼ା ତଳେ ପୋତି ହୋଇ ରହିଯାଇଥିଲେ।

publive-image

ଖବର ପାଇ ତାଳଚେର ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଖଣି ବିଭାଗର ପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।

ପୋତି ହୋଇ ପଡ଼ିଥିବା ଶ୍ରମିକମାନଙ୍କର ପରିଚୟ ମିଳି ପାରି ନାହିଁ। ଚିକିତ୍ସା ନିମନ୍ତେ ଉଦ୍ଧାର କରାଯାଇଥିବା ଶ୍ରମିକଜଣକୁ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe