ଖଣିରେ ମାଟି ଅତଡା ଧସିଲା: ୩ ଶ୍ରମିକ ଗୁରୁତର

ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ବରସୁଆଁ ଦମାଳ ଖଣି ଅଞ୍ଚଳରେ ଅଘଟଣ ଘଟିଛି । ମାଟି ଅତଡା ଧସି ୩ ଶ୍ରମିକ ଗୁରୁତର ହୋଇଛନ୍ତି । ୩ ଶ୍ରମିକ ମାଟି ତଳେ ପୋତି ହୋଇଯାଇଥିଲେ...

landslide in mine, 3 workers seriously injured

landslide in mine, 3 workers seriously injured Photograph: (sambad.in)

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ବରସୁଆଁ ଦମାଳ ଖଣି ଅଞ୍ଚଳରେ ଅଘଟଣ ଘଟିଛି ।  ମାଟି ଅତଡା ଧସି ୩ ଶ୍ରମିକ ଗୁରୁତର ହୋଇଛନ୍ତି । ୩ ଶ୍ରମିକ ମାଟି ତଳେ ପୋତି ହୋଇଯାଇଥିଲେ। ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଗୁରୁତରଙ୍କ ମଧ୍ୟରେ ଜଣେ ମହିଳା ଶ୍ରମିକ ଅଛନ୍ତି ।

ସମସ୍ତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ପ୍ରଥମେ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଅଧିକ ପଢ଼ନ୍ତୁ: ବାଇକ୍ ଚୋରି ଗ୍ୟାଙ୍ଗ୍‌କୁ ଧରିଲା ପୁଲିସ: ୧୨ ଗାଡ଼ି ସହିତ ଡୁପ୍ଲିକେଟ୍ ଚାବି ଜବତ

୩ ଗୁରୁତର ହେଲେ ନାତାନି ହର, ଅଗସ୍ତି ମୁଣ୍ଡା ଓ ଫୁଲମଣୀ ଟପ୍‌ନୋ । କେମିତି ଓ କେଉଁ ପରିସ୍ଥିତିରେ ମାଟି ଅତଡା ଧସିଲା ସେନେଇ ପୁଲିସ ସହ ସ୍ଥାନୀୟ ପ୍ରଶାସନ ଓ କମ୍ପାନି କର୍ତ୍ତୃପକ୍ଷ ପହଞ୍ଚି ତଦନ୍ତ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ତ୍ରିରଙ୍ଗା ଉଡ଼ାଇ ଯୁବକ ଗିରଫ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe