ତାଳଚେରରେ ଧସିଲା ଚାଷଜମି, ଧନଜୀବନ ସୁରକ୍ଷା ନେଇ ଲୋକେ ଆତଙ୍କିତ

ତାଳଚେର: ଭୂଗର୍ଭକୁ ପୁଣି ଧସିଲା ଚାଷଜମି, ଗ୍ରାମବାସୀଙ୍କ ରାସ୍ତାରୋକ, ସମାଧାନୀ ବୈଠକ ଜାରି

ତାଳଚେର : ଆଜି ଦିନ ପ୍ରାୟ ୧୧ଟାରେ ତାଳଚେର ଦେଉଳବେଡ଼ା ଗ୍ରାମର ପଛପାଖ ଚାଷଜମି ଭୂଗର୍ଭକୁ ଧସିପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ନିଜ ଧନଜୀବନର ସୁରକ୍ଷା ନେଇ ଆତଙ୍କିତ ହୋଇପଡ଼ିଛନ୍ତି। ଏହାର ସ୍ଥାୟୀ ପ୍ରତିକାର ସାଙ୍ଗକୁ ଆବଶ୍ୟକ କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ରିପୋର୍ଟ ଲେଖା ବେଳକୁ ସମାଧାନ ପାଇଁ ବୈଠକ ଚାଲୁ ରହିଛି। ବରିଷ୍ଠ ଖଣି ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିବାବେଳେ କୌଣସି ପ୍ରକାରର ଦୁର୍ଘଟଣା ଏଡ଼ାଇବାକୁ ଧସି ଯାଇଥିବା ସ୍ଥଳକୁ ପୋଲିସ କର୍ଡନ କରି ରଖିଛି।

ପ୍ରକାଶ ଯେ, ତାଳଚେର ପୌରାଞ୍ଚଳ ଵାର୍ଡ ନ˚. ୧୮ ପଛ ପାଖରେ ରହିଛି ଦେଉଳବେଡା ଗ୍ରାମ ନୂଆବନ୍ଧ। ଆଜି ଦିନ ପ୍ରାୟ ୧୧ଟା ବେଳେ ନୂଆବନ୍ଧ ଅ˚ଚଳକୁ କିଛି ସ୍ଥାନୀୟ ଯୁବକ ଗାଧୋଇବାକୁ ଯାଇଥିଲେ। ବନ୍ଧ ଠାରୁ ପ୍ରାୟ ୫୦ ଫୁଟ ଦୂରରେ ଥିବା ଭୋଳେଶ୍ବର ସାହୁଙ୍କ ଚାଷ ଜମି ଅସ୍ବାଭାବିକ ଭାବେ ମାଟି ତଳକୁ ଦବି ଯାଇଥିବା ସେମାନେ ଦେଖିବାକୁ ପାଇଥିଲେ। ପ୍ରାୟ ୨୦ ଫୁଟ ଲମ୍ବ ଓ ୨୦ ଫୁଟ ଓସାରର ଗଭୀର ଗାତ ସୃଷ୍ଟି ହୋଇଥିଲା। ତେବେ ନିର୍ଦ୍ଦିଷ୍ଟ ଭାବେ କେତେ ଗଭୀରକୁ ଗାତ ଯାଇଛି ତାହା ଜଣାପଡୁନାହିଁ। ଏହି ଘଟଣା ସମଗ୍ର ଅ˚ଚଳକୁ ବ୍ୟାପିଯିବା ପରେ ଘଟଣା ସ୍ଥଳକୁ ଶହଶହ ଦେଖଣାହାରୀଙ୍କ ସୁଅ ଛୁଟିଥିଲା। ଖବର ପାଇ କଲିୟରୀ ପୁଲିସ ଘଟଣାସ୍ଥଳରେ ପହ˚ଚି ଦବି ଯାଇଥିବା ଅ˚ଚଳକୁ କର୍ଡନ କରିବା ସହ ଅତି ନିକଟକୁ କାହାରିକୁ ଛାଡ଼ିନଥିଲେ।

ଏ ପଟେ କ୍ଷତିପୂରଣ ଦାବି କରି ଗ୍ରାମବାସୀମାନେ ହାଣ୍ଡିଧୂଆଁ-ଡେରା ରାସ୍ତାରେ ଧାରଣା ଦେଇଥିଲେ। ଏମ୍‌ସିଏଲ୍‌ ଓ ପୁଲିସ ପକ୍ଷରୁ ବୁଝାସୁଝା ପରେ ଗ୍ରାମବାସୀ ରାସ୍ତାରୋକରୁ ଓହରିଥିଲେ। ତାଳଚେର ଗସ୍ତରେ ଥିବା ଏମସିଏଲ ସିଏମଡି ବି .ଏନ୍‌ ଶୁକ୍ଳା ବରିଷ୍ଠ ଖଣି ଅଧିକାରୀଙ୍କ ସହ ମାଟି ଦବିଥିବା ସ୍ଥାନ ପରିଦର୍ଶନ କରିଥିଲେ। ରିପୋର୍ଟ ଲେଖାବେଳକୁ ଡେରା ଅତିଥି ଭବନରେ କ୍ଷତିପୂରଣ ପାଇଁ ଏମସିଏଲ ଅଧିକାରୀ, ଗ୍ରାମବାସୀ ପ୍ରତିନିଧି, ପୁଲିସ ପ୍ରଶାସନ ମଧୢରେ ବୈଠକ ଚାଲୁ ରହିଛି। ମାଟି ଧସିଥିବା ସ୍ଥାନ ଠାରୁ ଅଧ କିଲୋମିଟର ଦୂରରେ ଉଭୟ ହାଣ୍ତିଧୂଆଁ ଓ ଡେରା ଭୂଗର୍ଭ କୋଇଲା ଖଣିର ଅବସ୍ଥିତି କାରଣରୁ ମାଟି ଧସିଛି ବୋଲି ସନ୍ଦେହ କରାଯାଉଥିଲେ ମଧୢ ମାଟି ଧସିବାର ନିର୍ଦ୍ଦିଷ୍ଟ କାରଣ ସ˚ପର୍କରେ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe