କେଆର୍ ଲାଇନରେ ଭୂସ୍ଖଳନ: ସମଲେଶ୍ବରୀ-ଇଣ୍ଟରସିଟି ଚଳାଚଳ ପ୍ରଭାବିତ

କୋରାପୁଟ-ରାୟଗଡ଼ା (କେଆର୍‌) ଲାଇନର କେଉଟଗୁଡ଼ା-ଶିକରପାଇ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ହୋଇଛି। ସନ୍ଧ୍ୟା ୫ଟାରେ ରେଳ ଧାରଣା ଉପରେ ମାଟି ଅତଡ଼ା ଖସିବା ସହ ବିରାଟକାୟ ଗଛ ଉପୁଡ଼ି ପଡ଼ିବା ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି।

fhfshtht

ରାୟଗଡ଼ା/କଲ୍ୟାଣସିଂହପୁର: କୋରାପୁଟ-ରାୟଗଡ଼ା (କେଆର୍‌) ଲାଇନର କେଉଟଗୁଡ଼ା-ଶିକରପାଇ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ହୋଇଛି। ସନ୍ଧ୍ୟା ୫ଟାରେ ରେଳ ଧାରଣା ଉପରେ ମାଟି ଅତଡ଼ା ଖସିବା ସହ ବିରାଟକାୟ ଗଛ ଉପୁଡ଼ି ପଡ଼ିବା ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଭୂସ୍ଖଳନ ସମ୍ପର୍କରେ ସୂଚନା ପରେ କେଉଟଗୁଡ଼ା ଷ୍ଟେସନ କର୍ତ୍ତୃପକ୍ଷ ତୁରନ୍ତ ରାୟଗଡ଼ା ରେଲୱେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସୂଚନା ପାଇ ରାୟଗଡ଼ାରୁ ରେଳ କର୍ମଚାରୀ ଓ ଶ୍ରମିକ ପହଞ୍ଚି ରେଳ ଧାରଣା ସଫା କାମରେ ନିୟୋଜିତ ହୋଇଛନ୍ତି। ରେଳ ଧାରଣା ସଫା କାର୍ଯ୍ୟ ଚାଲିଥିବାରୁ ବିଳମ୍ବିତ ରାତି କିମ୍ବା କେତେବେଳେ ଟ୍ରେନ୍ ଚାଲିବ ତାହା ଜଣାପଡ଼ିନି। ଅନ୍ଧାର ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି। ବିଦ୍ୟୁତ୍‌ ତାର ମଧ୍ୟ ଛିଣ୍ଡି ଯାଇଥିବାରୁ ରେଳ ଧାରଣା ଉପରେ ପଡ଼ିଥିବା ପଥର, ମାଟି ସଫା କରିବା ପରେ ଯାଞ୍ଚ କରାଯିବ। ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପରେ ରେଳ ଚଳାଚଳ ପାଇଁ ଅନୁମତି ମିଳିବ। ଭୂସ୍ଖଳନ କାରଣରୁ ହାୱଡ଼ାରୁ ଜଗଦଲପୁର ଯାଉଥିବା ସମଲେଶ୍ବରୀ ଏକ୍ସ‌ପ୍ରେସ କେଉଟଗୁଡ଼ାରେ ଅଟକି ରହିଛି। ବିଶାଖାପାଟଣା-କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ ସିଙ୍ଗାପୁର ରୋଡରେ ଅଟକିଛି।

 ଏହି ରୁଟରେ ଚଳାଚଳ କରିବାକୁ ଥିବା ଜଗଦଲପୁର-ରାଉରକେଲା, ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଟ୍ରେନ୍ ଚଳାଚଳରେ ବିଳମ୍ବ ହେବ। ଖୁବ୍ ଶୀଘ୍ର ଏହି ରୁଟରେ ଯାତାୟତକୁ ସ୍ବାଭାବିକ କରାଯିବ ବୋଲି ରାୟଗଡ଼ା ଷ୍ଟେସନ ମ୍ୟାନେଜର୍ ପରମାନନ୍ଦ ପିଡ଼ିକା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe