ଜାତୀୟ ରାଜପଥରେ ଭୂସ୍ଖଳନ: ଯାତାୟାତ ପ୍ରଭାବିତ

କିଛିଦିନ ଧରି ଲଗାଣବର୍ଷା ଜନଜୀବନକୁ ପ୍ରଭାବିତ କରିଥିବାବେଳେ ଜାତୀୟ ରାଜପଥରେ ଭୂସ୍ଖଳନ ହେବାରେ ଲାଗିଛି। ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ୫୨୦ ନମ୍ବର ରଜାମୁଣ୍ଡା-କୋଇଡ଼ା ଜାତୀୟ ରାଜପଥର ତୋଡ଼ା ନିକଟରେ ଭୂସ୍ଖଳନ ହୋଇଥିଲା।...

Landslide on National Highway: Traffic affected

Landslide on National Highway: Traffic affected Photograph: (sambad.in)

କୋଇଡ଼ା: କିଛିଦିନ ଧରି ଲଗାଣବର୍ଷା ଜନଜୀବନକୁ ପ୍ରଭାବିତ କରିଥିବାବେଳେ ଜାତୀୟ ରାଜପଥରେ ଭୂସ୍ଖଳନ ହେବାରେ ଲାଗିଛି। ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ୫୨୦ ନମ୍ବର ରଜାମୁଣ୍ଡା-କୋଇଡ଼ା ଜାତୀୟ ରାଜପଥର ତୋଡ଼ା ନିକଟରେ ଭୂସ୍ଖଳନ ହୋଇଥିଲା।

ବର୍ଷାଜଳର ସ୍ରୋତରେ ରାସ୍ତା ଉପରକୁ ବଡ଼ବଡ଼ ପଥର ସାଙ୍ଗକୁ ପାହାଡ଼ର ମାଟି ଧସି ଆସିଥିଲା। ବର୍ଷାଜଳର ସ୍ରୋତ ଏତେ ତୀବ୍ର ଥିଲା ଯେ, ପାହାଡ଼ରୁ ପଥର ଭସାଇ ଆଣି ରାସ୍ତା ଉପର ପକାଇଥିଲା। 

ଫଳରେ ରାଜାମୁଣ୍ଡା-କୋଇଡ଼ା ରାସ୍ତାରେ ଯାନବାହନ ଚଳାଚଳରେ ସମସ୍ୟା ହୋଇଥିଲା। ସକାଳେ ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହାୟତାରେ ରାସ୍ତାର ପଥରଗୁଡ଼ିକ ହଟାଇବା ପରେ ସ୍ଥିତି ସ୍ଵାଭାବିକ ହୋଇଛି। ହେଲେ ବର୍ଷା ଯୋଗୁ ସେହିରାସ୍ତାରେ ଏବେ ବି ଭୂସ୍ଖଳନ ଜାରି ରହିଥିବା ଦେଖିବାକୁ ମିଳିଛି।

ଏ ନେଇ ତହସିଲଦାର ନିର୍ମଳ ବିଶ୍ବାଳଙ୍କୁ ପଚାରିବାରୁ ସେ କହିଛନ୍ତି, ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବୈଠକରେ ତୋଡ଼ା ସହ ଆଉକିଛି ସ୍ଥାନରେ ଭୂସ୍ଖଳନ ଆଶଙ୍କା ନେଇ ଆଲୋଚନା କରାଯାଇଥିଲା। ସେଥିପାଇଁ ପୁଲିସ, ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଛନ୍ତି। ଭୂସ୍ଖଳନ ଆଶଙ୍କାଥିବା ସ୍ଥାନମାନଙ୍କରେ ଗାର୍ଡୱାଲ୍ ନିର୍ମାଣ ସହ ଲୁହାଜାଲି ଲଗାଇବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯିବ ବୋଲି ସେ କହିଛନ୍ତି।

sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe