ପୁରୀ ଜିଲ୍ଲାର କୌଣସି ସ୍ଥାନରେ ବାତ୍ୟା ସ୍ଥଳଭାଗ ଛୁଇଁବ: ସ୍ୱତନ୍ତ୍ର ରିଲିଫ୍ କମିସନର

Advertisment

ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ପ୍ରଭାବ

ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ପ୍ରଭାବ

ପୁରୀ ଜିଲ୍ଲାର କୌଣସି ସ୍ଥାନରେ ବାତ୍ୟା ସ୍ଥଳଭାଗ ଛୁଇଁବ: ସ୍ୱତନ୍ତ୍ର ରିଲିଫ୍ କମିସନର

ଭୁବନେଶ୍ବର: ପୁରୀ ସ୍ଥଳଭାଗ ଛୁଇଁ ଯିବ ବାତ୍ୟା! ଆସନ୍ତା ୪ତାରିଖ ସନ୍ଧ୍ୟା କିମ୍ବା ୫ତାରିଖରେ ସ୍ଥଳଭାଗ ଛୁଇଁବ ବାତ୍ୟା। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲା ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ। ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୬୦-୭୦ କିମି ରହିବ ଏବଂ ବେଳେ ବେଳେ ପବନର ଝଟକା ୧୦୦ ଛୁଇଁବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର। ଉପକୂଳ ଛୁଇଁବା ପରେ ଏହା କ୍ରମଶଃ ଦୁର୍ବଳ ହେବ।


ସୂଚନା ଅନୁଯାୟୀ, ଆଜି ମଧ୍ୟରାତ୍ରୀରୁ ବର୍ଷା ଆରମ୍ଭ ହେବ, କାଲି ବର୍ଷାର ପରିମାଣ ବଢିବ। କିନ୍ତୁ ବନ୍ୟା ହେବାର କୌଣସି ଆଶଙ୍କା ନାହିଁ ବୋଲି କହିଛନ୍ତି ଏସଆରସି। ଏହାର  ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ପ୍ରଭାବ ରହିବ। ଆଜି ମଧ୍ୟରାତ୍ରୀରୁ ବର୍ଷା ଆରମ୍ଭ ହେବ । କାଲିଠାରୁ ବର୍ଷାର ପରିମାଣ ବଢିବ । ଲାଣ୍ଡଫଲ ବେଳେ ପବନର ବେଗ ୮୦ରୁ ୯୦ କିମି ରହିବ । ସମୁଦ୍ର ଭିତରେ ଥିବା ବେଳେ ରିକର୍ଭ କରିବ ବାତ୍ୟା । ଗଞ୍ଜାମ, କଟକ, ଖୋର୍ଦ୍ଧାରେ ପବନର ବେଗ ୬୦ରୁ ୭୦ କିମି ରହିବ। କିଛି ଜିଲ୍ଲାରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଏହା ସମୁଦ୍ର ଭିତରେ ରି କର୍ଭିଙ୍ଗ କରିବ। ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ପୁରୀର କୌଣସି ଜାଗାରେ ଏହା ସ୍ଥଳ ଭାଗ ଛୁଇଁ ପାରେ, ଅଳ୍ପ ପଶି ପୁଣିଥରେ ସମୁଦ୍ରକୁ ଯାଇପାରେ।  ଲ୍ୟାଣ୍ଡଫଲ ବେଳକୁ ୯୦ କିମି ପବନ ବେଗ ରହିପାରେ, ଗଷ୍ଟିଙ୍ଗ ୧୦୦ କିଲୋମିଟର ରହିପାରେ । ସମୟ ୪ ତାରିଖ ସନ୍ଧ୍ୟା ଓ ୫ ତାରିଖ ସକାଳ ଭିତରେ ହୋଇପାରେ ସ୍ଥଳ ଭାଗ ଛୁଇଁପାରେ। ଅନ୍ୟ ଏକ ପୂର୍ବାନୁମାନ କରାଯାଇଛି ଏହା ସମାନ୍ତରାଳ ହୋଇ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଆଡ଼କୁ ମଧ୍ୟ ଯାଇପାରେ ବୋଲି ମଧ୍ୟ ଅନୁମାନ କରଯାଉଛି।

ଖୋର୍ଦ୍ଧା, ଜଗତସିଂହପୁର, ପୁରୀରେ ବର୍ଷା । ଅନ୍ୟ ଜିଲାରେ ମଧ୍ୟମ ଧରଣର ବର୍ଷା ହେବ। ୪ ରୁ ୫ ରେଡ ୱାର୍ଣ୍ଣିଂ ଜାରି କରଯାଇଛି ଗଞ୍ଜାମ, ପୁରୀ, ଗଜପତି ଏବଂ ଜଗତସିଂହପୁରରେ ଅଧିକ ବର୍ଷା ହେବ। ୨୦୦ ମିଲିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଜଗତସିଂହପୁର ଓ ପୁରୀକୁ ଓଡ୍ରାଫ ଟିମ ଯିବ। ଗଞ୍ଜାମ,  ପୁରୀ ଓ ଚିଲିକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳ, କଟକ ଜିଲ୍ଲାର ନିଆଳି ତଳୁଆ ଅଞ୍ଚଳରେ ଥିବା କଚାଘରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ କୁହାଯାଇଛି। ଜିଲ୍ଲାପାଳ ଅବସ୍ଥା ଦେଖି କାମ କରିପାରିବେ। ବିଡିଓ, ତହସିଲଦାର ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ସାମୟିକ ଭାବେ ବିଦ୍ୟୁତ କଟାଯାଇପାରେ।

୨ ଦିନ ପାଇଁ ପିଇବା ପାଣି ଷ୍ଟକ କରି ଲୋକେ ରଖିବା ଜରୁରୀ। ଅଯଥାରେ ଲୋକେ ଅଧିକ ବଜାରରୁ ସାମଗ୍ରୀ କିଣନ୍ତୁ ନାହିଁ। ମାର୍କେଟରେ ଯଥେଷ୍ଟ ପରିମାଣରେ ଅତ୍ୟାବଶ୍ୟକ ସାମଗ୍ରୀ ରହିଛ।  ଭୟଭୀତ ନ ହୋଇ ସତର୍କ ରୁହନ୍ତୁ। ଆସନ୍ତାକାଲି ଅପରାହ୍ଣରୁ ପବନ ବେଗ ବଢିବ। ବାହାରେ ଲୋକେ ନ ବୁଲିବା ପାଇଁ ଅନୁରୋଧ କଲେ ଏସଆରସ । ସମୁଦ୍ରକୂଳ ଏବଂ ସମୁଦ୍ର ଭିତରକୁ ଯିବାକୁ ମନା। ମାଛ ଧରିବା ମଧ୍ୟ ୨ ଦିନ ବନ୍ଦ ରହିବ ।

ସେ କହିଛନ୍ତି, ବାତ୍ୟାକୁ ନେଇ ସମସ୍ତ ପ୍ରସ୍ତୁତି ସରିଛି। ସମୁଦ୍ରକୂଳିଆ ନିକଟବର୍ତ୍ତୀ ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe