୧୬ଦିନର ଶିଶୁ ପୁତ୍ରକୁ ଘରୁ ଉଠାଇ ନେଲା ମାଙ୍କଡ଼, ପ୍ରଭୁ ହନୁମାନଙ୍କ ପାଖରେ ଅଧିଆ ପଡ଼ିଲେ ବାପା ମାଆ 

Advertisment

ଉଦ୍ଧର ଟିମ୍‌ରେ ୩୦ଜଣ ସାମିଲ

ଉଦ୍ଧର ଟିମ୍‌ରେ ୩୦ଜଣ ସାମିଲ

୧୬ଦିନର ଶିଶୁ ପୁତ୍ରକୁ ଘରୁ ଉଠାଇ ନେଲା ମାଙ୍କଡ଼, ପ୍ରଭୁ ହନୁମାନଙ୍କ ପାଖରେ ଅଧିଆ ପଡ଼ିଲେ ବାପା ମାଆ 

ବାଙ୍କି: କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ତାଳବସ୍ତ ଗାଁରେ ବାପାମାଆଙ୍କ ପାଖରେ ଶୋଇଥିବା ୧୬ଦିନର ଏକ ଶିଶୁ ପୁତ୍ରକୁ ମାଙ୍କଡ଼ ଉଠାଇ ନେଇଛି। ଶିଶୁଟିକୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଏହି ଅପରେସନ୍‌ରେ ଗ୍ରାମବାସୀ ବନବିଭାଗର ୩ ଜଣିଆ ଟିମ୍‌ ସାମିଲ ଅଛନ୍ତି।

publive-image

ମିଳିଥିବା ସୂଚନା ଅନୁଯାୟୀ, ତାଳବସ୍ତ ଗ୍ରାମର ରାମକୃଷ୍ଣ ନାୟକ ଓରଫ କାଠିଆଙ୍କ ପତ୍ନୀ ଗତ ୧୭ ଦିନ ତଳେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁଟିର ମାଆ ବିଛଣାରୁ ଉଠି ଆସିବା ପରେ ଶିଶୁ ପୁତ୍ରଟିର ପାଖରେ ତାଙ୍କ ବାପା ରାମକୃଷ୍ଣ ଶୋଇଥିଲେ। ତେବେ ଏହି ସମୟରେ ଏକ ମାଙ୍କଡ଼ ଘରେ ପଶି ଶିଶୁ ପୁତ୍ରଟିକୁ ଧରି ନେଇ ପଳାଉଥିବା ଦେଖି ତାର ମାଆ ପାଟି କରିଥିଲେ। ସମସ୍ତେ ଉଠି ଦେଖିଲା ବେଳକୁ ସେଠାରୁ ମାଙ୍କଡ଼ କେଉଁଆଡ଼େ ଚମ୍ପଟ ମାରିସାରିଥିଲା। ଶିଶୁଟିର ମାଆଙ୍କ ବ୍ୟତୀତ ଅନ୍ୟ କେହି ଶିଶୁଟିକୁ ମାଙ୍କଡ଼ ନେଇଥିବାର ଦେଖି ନାହାଁନ୍ତିି। ଶିଶୁ ପୁତ୍ରକୁ ଉଦ୍ଧାର ପାଇଁ ହନୁମାନଙ୍କ ନିକଟରେ ଅଧିଆ ପଡ଼ିଛନ୍ତି ଶିଶୁର ବାପା ମାଆ। ଟ୍ରାଙ୍କୁଲାଇଜର ଟିମ୍‌ ଗାଁରେ ପହଞ୍ଚିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe