‘ସୁଭଦ୍ରା’ରୁ ବଞ୍ଚିତ ଲାଞ୍ଜିଆ ସୌରା: ନିରକ୍ଷରତା ଓ ସଚେତନତା ଅଭାବ ମୂଳ କାରଣ

Advertisment

ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ରାଜ୍ୟ ସରକାର ଆରମ୍ଭ କରିଥିବା ‘ସୁଭଦ୍ରା’ ଯୋଜନାରେ ସାମିଲ ହୋଇପାରିନାହାନ୍ତି ଆଦିମ ଜନଜାତି ଲାଞ୍ଜିଆ ସୌରା। ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍‌ ପୁଟାସିଂ ଅଞ୍ଚଳରେ ବସବାସ କରୁଥିବା...

ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ରାଜ୍ୟ ସରକାର ଆରମ୍ଭ କରିଥିବା ‘ସୁଭଦ୍ରା’ ଯୋଜନାରେ ସାମିଲ ହୋଇପାରିନାହାନ୍ତି ଆଦିମ ଜନଜାତି ଲାଞ୍ଜିଆ ସୌରା। ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍‌ ପୁଟାସିଂ ଅଞ୍ଚଳରେ ବସବାସ କରୁଥିବା...

kk;k;;k

ରାୟଗଡ଼ା: ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ରାଜ୍ୟ ସରକାର ଆରମ୍ଭ କରିଥିବା ‘ସୁଭଦ୍ରା’ ଯୋଜନାରେ ସାମିଲ ହୋଇପାରିନାହାନ୍ତି ଆଦିମ ଜନଜାତି ଲାଞ୍ଜିଆ ସୌରା। ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍‌ ପୁଟାସିଂ ଅଞ୍ଚଳରେ ବସବାସ କରୁଥିବା ଏହି ଜନଜାତି ଯୋଜନାରୁ ବଞ୍ଚିତ ହୋଇଛନ୍ତି। ନିରକ୍ଷରତା ଏବଂ ସଚେତନତା ଅଭାବରୁ ଯୋଜନା ସଂପର୍କରେ ଅଧିକାଂଶ ମହିଳା ଅଜ୍ଞ ଥିବା ଜଣାପଡ଼ିଛି।

ନିୟମ ଅନୁସାରେ ଆବେଦନ କରିବା ସତ୍ତ୍ବେ ବହୁ ସଂଖ୍ୟାରେ ଲାଞ୍ଜିଆ ସୌରା ମହିଳାଙ୍କୁ ଏଯାଏଁ ପ୍ରଥମ କିସ୍ତି ଟଙ୍କା ମଧ୍ୟ ମିଳିନାହିଁ। ଯାହାର ଗୋଟିଏ ଉଦାହରଣ ହେଲେ ଗସନି ଗମାଙ୍ଗ। ଆବେଦନ କରିବା ପରେ ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିବା କହିଛନ୍ତି। ସେହିପରି ଶାବେନୀ ଶବର, ସରିତା କାର୍ଜୀ, ପାଣି ଶବରଙ୍କ ଭଳି ବହୁ ମହିଳା ଏଯାଏ ଯୋଜନାରେ ସାମିଲ ହୋଇପାରି ନାହାନ୍ତି। ଯୋଜନାରୁ ବଞ୍ଚିତ ମହିଳାଙ୍କୁ ଏହି ବିଷୟରେ ପଚାରିବାରୁ ଆଧାର କାର୍ଡରେ ତ୍ରୁଟି ରହିଥିବା କହିଥିଲେ। ତେବେ କେମିତି କାର୍ଡ ସଂଶୋଧନ ହେବ ସେମାନେ ଜାଣିନାହାନ୍ତି। ଏ ସଂପର୍କରେ ଜଣେ ଅଧିକାରୀଙ୍କୁ ପଚାରିବାରୁ ପୁଟାସିଂ ଅଞ୍ଚଳରେ ସାକ୍ଷରତା ହାର କମ। ଲାଞ୍ଜିଆ ସୌରା ମହିଳାମାନେ ନିଜ ବ୍ୟାଙ୍କ ଆକାଉଣ୍ଟ୍‌ ସହ ଆଧାର ନମ୍ବର ଓ ଫୋନ୍‌ ନମ୍ବର ଠିକ୍‌ ରୂପେ ସଂଯୋଗ କରିନାହାନ୍ତି। ଯାହାଫଳରେ ସମସ୍ୟା ଉପୁଜିଥିବା କହିଛନ୍ତି।

ଗୁଣପୁର ବ୍ଲକର ପୁଟାସିଂ, କୁଲସିଂ, ଜଲତାର, ଟଲଣା, ଚିନାସାରୀ, ଅବଡ଼ା ଏବଂ ଶଗଡ଼ା ପଞ୍ଚାୟତରେ ଲାଞ୍ଜିଆ ସୌରା ଜନଜାତି ବସବାସ କରୁଛନ୍ତି। ଏହି ଜନଜାତିର ମୋଟ ଜନସଂଖ୍ୟା ପାଖାପାଖି ୧୧ହଜାର ହେବ। ଯେତିକି ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ସେଥିରୁ ପାଖାପାଖି ୪୦ପ୍ରତିଶତ ମହିଳା ଏଯାଏଁ ପ୍ରଥମ କିସ୍ତି ଟଙ୍କା ପାଇନଥିବା ସ୍ଥାନୀୟ ଲୋକ କହିଛନ୍ତି। ଏମିତି ସ୍ଥିତିରେ ପ୍ରଶାସନ ପକ୍ଷରୁ ଅଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ୍‌ ଲିଙ୍କ୍‌ ନେଇ ସଚେତନତା ଶିବିର ଅୟୋଜନ କଲେ ବହୁ ଲାଞ୍ଜିଆ ସୌରା ମହିଳା ଉପକୃତ ହେବେ ବୋଲି ପଇତନ ଗମାଙ୍ଗ ଓ ଜେମଶ କାର୍ଜୀ କହିଛନ୍ତି। ସେହିପରି ଆବେଦନ କରିଥିବା ବହୁ ମହିଳା ଟଙ୍କା ପାଇଁ ବ୍ଲକ କାର୍ଯ୍ୟାଳୟ, ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିବା ଯାଜରୀ ଗମାଙ୍ଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe