ବାରୁଡା ଗ୍ରାମରେ ଲ‌ଙ୍କେଶ୍ବରୀ ଯାତ୍ରା

Advertisment
ବାରୁଡା ଗ୍ରାମରେ ଲ‌ଙ୍କେଶ୍ବରୀ ଯାତ୍ରା

ଭଞ୍ଜନଗର:  ଘୁମୁସର ଗଡର ଅନନ୍ୟ ଶକ୍ତ ପୀଠ ଭାବେ ପରିଚିତ ଲଙ୍କେଶ୍ବରୀ ଦେବୀଙ୍କ ବା‌ର୍ଷିକ ପୌଷ ଯାତ୍ରା ଅନୁଷ୍ଠିତ ହୋଇଛି। ଭଞ୍ଜନଗର ବ୍ଳକ୍‌ ଅଧୀନ ବାରୁଡ଼ା ଗ୍ରାମରେ ରହିଥିବା ଲଙ୍କେଶ୍ବରୀ ଦେବୀଙ୍କୁ ଆଜି ପୌଷ ମାସ ତୃତୀୟ ମଙ୍ଗଳବାର ଅବସରରେ ମହା ସମାରୋହରେ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଆଜି ସଂପୂର୍ଣ୍ଣ ବାରୁଡା ଗ୍ରାମ ଉତ୍ସବ ମୁଖର ହୋଇ ଉଠଥିଲା। ସମସ୍ତଙ୍କ ଘର ସାମ୍ନାରେ ପୂର୍ଣ୍ଣ କୁମ୍ଭ ସହ ଗଜାମୁଆଁ ପଣା ବଢା ଯାଇଥିବା ବେଳେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଦୂର ଦୂରାନ୍ତରେ ରହୁଥିବା ବହୁ ଗ୍ରାମବାସୀ ଏହି ଅବସରରେ ଗାଁକୁ ଫେରିଥିବା ବେଳେ ଆଖାପାଖର ଶତାଧିକ ଲୋକଙ୍କ ଭିଡ ପରିଲିକ୍ଷିତ ହୋଇଥିଲା। ଏହି ଯାତ୍ରା ଘୁମୁସର ଅଞ୍ଚଳରେ ଶହଶହ ବର୍ଷ ଧରି ପାଳନ ହୋଇ ଆସୁଥିବା ବେଳେ ନିଆରା ପରମ୍ପରା ଓ ଶକ୍ତି ଉପାସନାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।

ଅତିତୀରେ ଦୈବୀ ଦୃର୍ବିପାକ,ମହାମାରୀ ଠାରୁ ରକ୍ଷା ପାଇବା ସହ ଗ୍ରାମବାସୀଙ୍କ ମଙ୍ଗଳ କାମନା ପାଇଁ ଦେବୀ ମାଆଙ୍କ ଆବାହାନ ବା ଶକ୍ତି ପୂଜା ଅନନ୍ୟ ପ୍ରତିଛବି ହେଉଛି ଏହି ଲଙ୍କେଶ୍ବରୀ ଯାତ୍ରା। ଜାତି,ବର୍ଣ୍ଣ ନିର୍ବିଶେଷରେ ସମସ୍ତ‌େ ଏକାକାର ହେବାରେ ଏହି ଯାତ୍ରା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଜି ସକାଳ ସମୟରେ ‌ନୀତିକାନ୍ତି ଅନୁଯାୟୀ ମନ୍ଦିର ପରିସରରେ ପୂଜାର୍ଚ୍ଚନା ଶେ‌ଷ ହୋଇଥିଲା। ଏହାପରେ ଦେବୀଙ୍କୁ ଏକ ଶାଳୁଅ କାଠରେ ଭାର କରି ନଗର ଭ୍ରମଣ କରାଯାଇଥିଲା। ଏହି ସମୟରେ ଗ୍ରାମବାସୀଙ୍କ ଠାରୁ ପ୍ରସାଦ ଗ୍ରହଣ କରିଥିଲେ। ଏକ ବିରାଟ ପଟୁଆରରେ ଦେବୀଙ୍କ ନଗର ଭ୍ରମଣ ଅନୁଷ୍ଠିତ ହୋଇଥିଲା। ଏହାକୁ ଗ୍ରାମବାସୀଙ୍କ ସମେତ ଯୁବକ ସଂଘ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe