ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ୨ଘଣ୍ଟା ବନ୍ଦ ରହିଲା ଦର୍ଶନ

ଆଜି ବି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

the financial express

ପୁରୀ: ଶ୍ରୀମନ୍ଦିରରେ ଆଜି ପୁଣିଥରେ ବଡ଼ ମହାସ୍ନାନ ହୋଇଛି। କେହି ଭକ୍ତ ଭିତର କାଠରେ ବାନ୍ତି କରି ଦେବାରୁ ବଡ଼ ମହାସ୍ନାନ କରାଯାଇଛି। ଏଥିପାଇଁ ଆଜି ପ୍ରାୟ ଦୁଇଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ଆଜି ଅପରାହ୍ଣ ପ୍ରାୟ ୫ଟାରେ ଦ୍ବିତୀୟ ଭୋଗମଣ୍ଡପ ଶେଷ ପରେ ୫ଟା ୨୦ରେ ମଇଲମ ଚାଲିଥିଲା। ଏହି ସମୟରେ ଭିତର କାଠରେ କେହି ଭକ୍ତ ବାନ୍ତି କରି ଦେଇଥିବା ଦେଖିବାକୁ ମିଳିଥିଲା। ମାରା ହେବାରୁ ନୀତି ବନ୍ଦ କରି ଭକ୍ତଙ୍କୁ ଭିତର କାଠରୁ ବାହାର କରାଯିବା ପରେ ଭିତର କାଠ ଚୁନ ପଡ଼ି ଧୂଆଯାଇଥିଲା। ପରେ ସିଂହାସନ ଧୂଆ, ମହାସ୍ନାନ ପୂଜା ଆଦି ନୀତି ସମ୍ପନ୍ନ ହୋଇଥିଲା। ମହାସ୍ନାନ ପୂଜା ରାତି ୭ଟା ୩୫ରେ ଶେଷ ପରେ ମଇଲମ ନୀତି ଆରମ୍ଭ ହେବା ସହ ଦର୍ଶନ ସ୍ବାଭାବିକ ହୋଇଥିଲା। ଦିନକ ପୂର୍ବରୁ ରକ୍ତ ପଡ଼ିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe