ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚିତ୍ରକୋଣ୍ଡାରେ ମିଳିଲା ବିପୁଳ ପରିମାଣର ବିସ୍ଫୋରକ, ବନ୍ଧୁକ ଓ ମାଓ ସାମଗ୍ରୀ

Advertisment
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚିତ୍ରକୋଣ୍ଡାରେ ମିଳିଲା ବିପୁଳ ପରିମାଣର ବିସ୍ଫୋରକ, ବନ୍ଧୁକ ଓ ମାଓ ସାମଗ୍ରୀ

ମାଲକାନଗିରି: ଚିତ୍ରକୋଣ୍ଡାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଲିସକୁ ମିଳିଛି ବଡ଼ ସଫଳତା। ଏଠାରେ ମାଟି ତଳୁ ମିଳିଛି ବ୍ୟାପକ ମାଓ ସାମଗ୍ରୀ। ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ନାଦମାନଜେରୀ ଜଙ୍ଗଲରୁ ଏସଓଜି ଓ ଡିଭିଏଫ ତଥା ବିଏସଏଫ ମିଳିତ ଅପରେସନ ଯାଇଥିବା ବେଳେ ଏ ସବୁ ସାମଗ୍ରୀ ମିଳିଛି। ପୁଲିସକୁ ଟାର୍ଗେଟ କରି ମାଓବାଦୀମାନେ ଏହି ସମଗ୍ରୀ ପୋତିଥିବା ଜଣାପଡ଼ିଛି।

ମାଟିତଳୁ ମିଳିଥିବା ସାମଗ୍ରୀ ମଧ୍ୟରେ ରହିଛି ୫ଟି ବନ୍ଧୁକ, ଟିଫିନ ବୋମା, ଗୋଟିଏ ପ୍ରେସର ଆଇଡି, ୨ଟି ଡିଟୋନେଟର, ବିଦ୍ୟୁତ ତାର, ଲ୍ୟାଣ୍ଡମାଇନ ତିଆରି କରିବା ସାମଗ୍ରୀ। ପୁଲିସ ଟିମ ଯନ୍ତ୍ରୀ ଅଞ୍ଚଳରେ ନିର୍ବାଚନ ଶାନ୍ତିଶୃଙ୍ଖଳା କରାଇବା ପାଇଁ ଅପେରସନକୁ ଯାଇଥିବା ବେଳେ ସୂଚନା ପାଇ ସୁରକ୍ଷାକର୍ମୀ ମାଟିତଳୁ ଏହି ସାମଗ୍ରୀ ପାଇଥିବା ଜଣାଯାଇଛି। ଏବେବି ସେହି ଅଞ୍ଚଳରେ ଅପରେସନ ଜାରି ରହିଛି। ସେଠାରେ କିଭଳି ଶାନ୍ତିଶୃଙ୍ଖଳା ବ୍ୟାହତ ରହିବ ସେଥିନେଇ ପୁଲିସ ସମସ୍ତ ବ୍ୟବସ୍ଥା କରୁଥବା ଜଣାଯାଇଛି। ଆସନ୍ତା ୨୪ ତାରିଖରେ ସ୍ବାଭିମାନ ଅଞ୍ଚଳରେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲାଗି ପୁଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି ବୋଲି  ମାଲକାନଗିରି ଏସପି ନିତେଶ ଓ୍ବାଧଓ୍ବାନି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe