ରାସ୍ତା ସମ୍ପ୍ରସାରଣ, ନାଳ ନିର୍ମାଣ ଓ ବିଦ୍ୟୁତ ଖୁଣ୍ଟ ବାହାନାରେ କଟିଲାଣି ବଡ଼ବଡ଼ ଗଛ

ରାସ୍ତା ସମ୍ପ୍ରସାରଣ, ନାଳ ନିର୍ମାଣ ଓ ବିଦ୍ୟୁତ ଖୁଣ୍ଟ ବାହାନାରେ କଟିଲାଣି ବଡ଼ବଡ଼ ଗଛ

ପାରଳାଖେମୁଣ୍ତି: ସବୁଜ ଗଜପତି, ସୁନ୍ଦର ଗଜପତି' ଏପରି ନାରା ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡବଡ ଗଛ ଗୁଡିକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ସ୍ଲୋଗାନ ଦେଇ ଆସୁଥିବା ବେଳେ ବର୍ତ୍ତମାନ ଏହି ସ୍ଲୋଗାନକୁ ବଡ ଝଟକା ଦେଇଛି ବନ ବିଭାଗ। ଜିଲ୍ଲାର ବିଭିନ୍ନ ବନାଞ୍ଚଳରୁ କାଠ ମାଫିଆ ମାନେ ବହୁ ପୁରୁଣା ଏବ˚ ବଡବଡ ଗଛ କାଟି ଚଳୁ କରିସାରିଥିବା ବେଳେ ଅନେକ ଗଛ ପ୍ରାକୃତିକ ବିପର୍ଯ୍ୟୟରେ ନଷ୍ଟ ହୋଇଛି । କଥାରେ ଅଛି ପ୍ରାକୃତିକ ବିପର୍ଯ୍ୟୟକୁ ଏଡାଇବା ପାଇଁ ଆମକୁ ଅଧିକରୁ ଅଧିକ ଗଛ ଲଗାଇବାକୁ ପଡିବ କିନ୍ତୁ ପାରଳା ସହରରେ ଠିକ ତାର ଓଲଟା ଚିତ୍ର ପ୍ରତିଫଳିତ ହେଉଛି। ଗଜପତି ଜିଲ୍ଲା ୧୯୯୨ ମସିହାରେ ଗଠନ ହେବା ଦିନ ଠାରୁ ପାରଳା ସହରରେ ଏକ ବାଇପାସ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦାବି ରହିଥିବା ବେଳେ ବନ ବିଭାଗ ଜଙ୍ଗଲ ଜମି ଏବ˚ ଅନ୍ୟ କିଛି ବାହାନା ଦେଖାଇ ଆଜି ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖିଛନ୍ତି । ଏପରି ପରିସ୍ଥିତିରେ ପାରଳା ସହରରେ ରାସ୍ତା ନିର୍ମାଣ ପାଇଁ ଶହଶହ ଗଛ କାଟିବାକୁ ଅନୁମତି ଦେଲା କିଏ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଧା।

ପାରଳା ସହରର ରାସ୍ତା ସମ୍ପ୍ରସାରଣ ପାଇଁ ଫରେଷ୍ଟ ଗେଟ ଛକ ଠାରୁ ଆରମ୍ଭ କରି ଜିଲ୍ଲା କୋର୍ଟ ପର୍ଯ୍ୟନ୍ତ ରାସ୍ତାକଡ଼ରେ ସମସ୍ତ ବଡବଡ ଗଛ ଗୁଡିକୁ କାଟିଦିଆଯାଇଛି । ସେହିପରି ପାରଳାଖେମୁଣ୍ତି ମୁଖ୍ୟ ଚିକିତ୍ସାଳୟ ଠାରୁ କୋର୍ଟଛକ ପର୍ଯ୍ୟନ୍ତ ଯେଉଁ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଏହି ରାସ୍ତାକୁ ଆଉ ଓସାରି କରାଯିବ ନାହିଁ ବୋଲି ପୂର୍ତ୍ତବିଭାଗ ପୂର୍ବରୁ ସୂଚନା ଦେଇଥିବା ବେଳେ ମେଡିକାଲ ଛକଠାରୁ ଲେପ୍ରୋସି ହସ୍ପିଟାଲ ମଧ୍ୟରେ ଥିବା ବଡବଡ ଗଛକୁ କାଟି ଦିଆଗଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ସହର ତଳମୁଣ୍ତରେ ରାସ୍ତା ନିର୍ମାଣ ପାଇଁ କାହାର ଗୋଟିଏ ପିଣ୍ତା କିମ୍ବା ପାଚେରି ଭାଙ୍ଗାଯାଇନଥିବା ବେଳେ ଏହି ଓସାରିଆ ଅଞ୍ଚଳର ପୁଣି ରାସ୍ତା ଓସାରିଆ କରିବା ଏବ˚ ନାଳ ନିର୍ମାଣ କରିବା ନାମରେ ୫ରୁ ୬ଟି ବଡ ଗଛକୁ ବଳି ପକାଇଦେଲା ବନ ବିଭାଗ। ତିତ୍‌ଲି ମହାବାତ୍ୟା ବେଳେ । ଯେଉଁ ଗଛ ଗୁଡିକର ଡାଳ ଖଣ୍ତିଏ ମଧ୍ୟ ଭାଙ୍ଗିନଥିଲା ସେହି ଗଛ ଗୁଡିକୁ ରାସ୍ତାର ଦୁଇ କଡରେ ଇଲେକ୍ଟି ତାର , ପିଇବା ପାଣି ଏବ˚ ନାଳ ନିର୍ମାଣ ପାଇଁ କଟାଯାଉଛି ବୋଲି ବୋଲି ଗଛକଟା ନିକଟରେ ଉପସ୍ଥିତ ଥିବା କିଛି କର୍ମଚାରୀ ସୂଚନା ଦେଇଥିଲେ। ସରକାର ନିୟମ ଅନୁଯାଇ ଗୋଟିଏ ଗଛ କାଟିଲେ ୫ଟି ବୃକ୍ଷ ରୋପଣ ପାଇଁ ନିର୍ଦ୍ଦେଶ ରହିଥିବା ବେଳେ କଟାଯାଇଥିବା ଗଛକୁ ବିକଳ୍ପ ଗଛ କେଉଁଠି ଲଗାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe