ବଲାଙ୍ଗୀର : ଲାରିପଡ଼ା ଗାଁରେ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

Advertisment
ବଲାଙ୍ଗୀର : ଲାରିପଡ଼ା ଗାଁରେ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ମୁରିବାହାଲ : ମୁରିବାହାଲ ବ୍ଲକ୍‌ ପତ୍ରାପାଲି(କ) ପଞ୍ଚାୟତ ଲାରିପଡ଼ା ଗାଁରେ ନବନିର୍ମିତ ମା’ ଠାକୁରାଣୀ ମନ୍ଦିରର କୁମ୍ଭଭରଣ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜୀବ ଭୋଇ ଓ ପତ୍ନୀ ନୀଳାନ୍ଦ୍ରି ଭୋଇ କର୍ତ୍ତା ଥିଲେ। ବିଦ୍ୟାଧର ତ୍ରିପାଠୀ ପୂଜକ, ରଘୁମଣି ଭୋଇ, ପରମେଶ୍ବର ମାଝୀ ଓ କୃଷ୍ଣ ଯାନୀ ଦିହାରୀ ଦାୟିତ୍ୱ ତୁଲାଇଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷ ହଂସରାଜ ଜୈନ, ଉପାଧ୍ୟକ୍ଷା ସୁନ୍ଦରମତି ବାଗ, ଯୁବ ବିଜେଡି ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ଭରାସଗରିଆ, କଶ୍ୟପ ସରାଫ, ମଳୟ ପୁଟେଲ, ଜୟକିଶନ ବାଗ ଅତିଥି ଭାବେ ଯୋଗଦେଇଥିଲେ। ଗ୍ରାମର କପିଳ ଯାନୀ, ଭୋଦେବ ଭୋଇ, ନୀଳାମ୍ବର ଭୋଇ, ଗାମାସିଂ ଯାନୀ, ମାର୍କଣ୍ଡ ଭୋଇ, ବଢ଼ିଆ ମାଝୀ, ପାର୍ଥବ ଭୋଇ, ପୂଣ୍ୟ ଯାନୀ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe