ଲସର୍ଦା ଡବଲ ମର୍ଡର ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପାରିସ୍‌

Advertisment

ବଦଳିଲେ ତଦନ୍ତ ଦାୟିତ୍ବରେ ଥିବା ବଡ଼ବିଲ ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ

ବଦଳିଲେ ତଦନ୍ତ ଦାୟିତ୍ବରେ ଥିବା ବଡ଼ବିଲ ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ

ଲସର୍ଦା ଡବଲ ମର୍ଡର ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପାରିସ୍‌

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଲସର୍ଦା ଡବଲ୍‌ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ମିଲୁ ବାରିକଙ୍କ ପୁଲିସ ହେପାଜତରେ ମୃତ୍ୟ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କେନ୍ଦୁଝର ଏସ୍‌ପି ସୁପାରିସ କରିଥିବା ବେଳେ ଆଜି ଏହି ଘଟଣାର ତଦନ୍ତ ଦାୟିତ୍ବରେ ଥିବା ବଡ଼ବିଲ ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁଙ୍କୁ କେନ୍ଦୁଝର ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।

କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଜିଲ୍ଲା ଜଜ୍‌ଙ୍କୁ ଅନୁ​ରୋଧ କରାଯାଇଥିବା କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇନଥିବାରୁ ଅଭିଯୁକ୍ତର ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନଥିବା କହିଛନ୍ତି। ଅଭିଯୁକ୍ତର ମୃତ୍ୟୁ ନେଇ ବଡ଼ବିଲ ଥାନା ଅଧିକାରୀଙ୍କ ଉପରେ ଅଙ୍ଗୁଳି ଉଠୁଥିବା ବେଳେ ସେ ଥାନାରେ ଅନୁପସ୍ଥିତ ରହୁଥିଲେ। ଆଉ ଆଜି ତାଙ୍କୁ କେନ୍ଦୁଝର ପୁଲିସ ମୁଖ୍ୟାଳୟକୁ ବଦଳି କରାଯିବା ଯୋଗୁଁ ନାନାପ୍ରଶ୍ନ ଉଙ୍କି ମାରୁଛି।

ଘଟଣା ଅନୁଯାୟୀ, ୨୦୨୨ ନଭେମ୍ବର ୨୮ ତାରିଖ ରାତିରେ ବଲାଣି ଥାନା ଅନ୍ତର୍ଗତ ଲସର୍ଦ୍ଦା ଗ୍ରାମର ଲକ୍ଷ୍ମୀଧର ଆପଟ ଏବଂ ତାଙ୍କ ପତ୍ନୀ ମଞ୍ଜୁଲତା ଆପଟଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଡିସେମ୍ବର ୩୧ ତାରିଖରେ ପୁଲିସ ଏହି ମାମଲାରେ ମାଖନ ନାଏକକୁ ଗିରଫ କରିଥିଲା। ୧୫ ତାରିଖରେ ଜୁରୁଡ଼ି ଅଞ୍ଚଳରେ ରହୁଥିବା ମିଲୁ ବାରିକ (୪୦)ଙ୍କୁ ସନ୍ଦେହରେ ପୁଲିସ ଉଠାଇ ଆଣିଥିଲା। ଏହାପରଠାରୁ ମିଲୁ ଆଉ ଘରକୁ ଫେରିନଥିବା ବାପା ଲୋନି ବାରିକ କହିଛନ୍ତି। ୩୦ ତାରିଖ ସକାଳେ ଜୁରୁଡ଼ିରେ ରହୁଥିବା ତାଙ୍କ ବଡ଼ଝିଅ ମିଲୁଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ ସୂଚନା ଦେଇଥିଲେ ବୋଲି ଲୋନି କହିଛନ୍ତି। ପୁଲିସ ମିଲୁଙ୍କୁ ମାଡ଼ ମାରିବା ସହ ଗୁଳି କରି ହତ୍ୟା କରିଥିବା ଲୋନି ଅଭିଯୋଗ କରିଥିଲେ। ଏହି ଘଟଣା ପାଇଁ ବଡ଼ବିଲ ଥାନାଧିକାରୀ ରାଜେନ୍ଦ୍ର ସ୍ବାଇଁଙ୍କ ଭୂମିକା ସନ୍ଦେହକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe