ଏଫ୍‌ଏମ୍‌ ମେଡିକାଲ କଲେଜରେ ଲେଜର ଅସ୍ତ୍ରୋପଚାର କର୍ମଶାଳା

Advertisment
ଏଫ୍‌ଏମ୍‌ ମେଡିକାଲ କଲେଜରେ ଲେଜର ଅସ୍ତ୍ରୋପଚାର କର୍ମଶାଳା

ବାଲେଶ୍ବର: ଫକୀରମୋହନ ମେଡିକାଲ କଲେଜ ହସ୍‌ପିଟାଲର ସର୍ଜରୀ ବିଭାଗରେ ଲେଜର ପଦ୍ଧତିରେ ଅତ୍ୟାଧୁନିକ ଅସ୍ତ୍ରୋପଚାର କର୍ମଶାଳା ଆୟୋଜିତ ହୋଇଥିଲା। ଭାରତୀୟ ଶଲ୍ୟ ଚିକିତ୍ସକ ସଂଘ(ଏଏସ୍‌ଆଇ) ଓଡ଼ିଶା ଶାଖାର ପ୍ରରୋଚନାରେ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ସୁଶିଲ କୁମାର ପଟ୍ଟନାୟକ ଓ ସର୍ଜରୀ ବିଶେଷଜ୍ଞ ଡାକ୍ତର ସରୋଜ ରାଜଙ୍କ ଉଦ୍ୟମରେ କଲିକତାର ଲେଜର ସର୍ଜନ ଡାକ୍ତର କଲ୍ୟାଣ କରଙ୍କ ତତ୍ତ୍ବ‌ାବଧାନରେ ମଳଦ୍ବାରଜନିତ ରୋଗୀଙ୍କର ଲେଜର ଅସ୍ତ୍ରୋପଚାର କରାଯାଇଥିଲା।

ପୂର୍ବାହ୍ନରେ କର୍ମଶାଳାର ଆନୁଷ୍ଠାନିକ ଉଦ୍‌ଘାଟନ ଉତ୍ସବରେ ଡାକ୍ତର ପଟ୍ଟନାୟକ ଓ ଡାକ୍ତର ରାଜଙ୍କ ବ୍ୟତୀତ ଆସୋସିଏସନ୍‌ର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ବନବିହାରୀ ମିଶ୍ର, ଓଡ଼ିଶା ଶାଖାର ସଭାପତି ଡାକ୍ତର ପ୍ରତାପ ରଥ, ଉପସଭାପତି ଡାକ୍ତର ଗୋପବନ୍ଧୁ ବଳ, ସଂପାଦକ ଡାକ୍ତର ସୁଧାଂଶୁ ସୂତାର, କଲିକତାର ଲେଜର ସର୍ଜନ ଡାକ୍ତର କଲ୍ୟାଣ କର ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍‌ଘାଟନ ଉତ୍ସବରେ ମଳଦ୍ବାର ସମ୍ବନ୍ଧିତ ବିଭିନ୍ନ ରୋଗ ଏବଂ ଲେଜର ସହାୟତାରେ ତାର ଚିକିତ୍ସା ବିଷୟରେ ସର୍ଜରୀ ଆସୋସିଏଟ୍‌ ପ୍ରଫେସର ଡାକ୍ତର ନିରଞ୍ଜନ ସାହୁ, ଡାକ୍ତର କଲ୍ୟାଣ କର ବକ୍ତବ୍ୟ ରଖିଥିଲେ। ପରେ ସର୍ଜରୀ ବିଭାଗର ଅସ୍ତ୍ରୋପଚାର ଗୃହରେ ୬ ଜଣ ରୋଗୀଙ୍କର ଲେଜର ଅସ୍ତ୍ରୋପଚାର କରାଯାଇଥିଲା। ଏହାର ସିଧା ପ୍ରସାରଣ କରାଯାଇଥିବା ବେଳେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସର୍ଜନମାନେ ଏହି ଉନ୍ନତ ଧରଣର ଚିକିତ୍ସା ସମ୍ବନ୍ଧରେ ସମ୍ୟକ ଜ୍ଞାନ ଆହରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe