ବିଶିଷ୍ଟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ ସଂପନ୍ନ ; ପୁରୀ ସ୍ୱର୍ଗଦ୍ୱାରରେ ହେଲା ଅନ୍ତିମ ସଂସ୍କାର

Advertisment
ବିଶିଷ୍ଟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ ସଂପନ୍ନ ; ପୁରୀ ସ୍ୱର୍ଗଦ୍ୱାରରେ ହେଲା ଅନ୍ତିମ ସଂସ୍କାର

ପୁରୀ:  ଓଡ଼ିଅା ଦର୍ଶକଙ୍କୁ ବହୁୁ ଉଚ୍ଚମାନର ଚଳଚ୍ଚିତ୍ର ଉପହାର ଦେଇଥିବା ବିଶିଷ୍ଟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାକଙ୍କର ଶନିବାର ଅପରାହ୍ଣରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷ କୃତ୍ୟ ସଂପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହୋଇଛି ତାଙ୍କର ପାର୍ଥିବ ଶରୀର।

ଆଜି ଭୁବନେଶ୍ୱରରୁ ଏକ ସୁସଜ୍ଜିତ ଯାନରେ ଅମୀୟ ପଟ୍ଟନାୟକଙ୍କ ମରଶରୀର ସ୍ୱର୍ଗଦ୍ୱାର ଠାରେ ପହଞ୍ଚିବା ପରେ ଦାହ ସଂସ୍କାର ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସ୍ୱର୍ଗତଃ ପଟ୍ଟନାୟକଙ୍କ ପୁଅ ତଥା ଚଳଚ୍ଚିତ୍ର ପ୍ରଯୋଜକ ଅନୁପମ ପଟ୍ଟନାୟକ ମୁଖାଗ୍ନି ଦେଇଥିଲୋ। ଶେଷକୃତ୍ୟ ସମୟରେ ପଟ୍ଟନାୟକ ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ଏଥିସହ ପୁରୀ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ଚଳଚ୍ଚିତ୍ର ଶିଳ୍ପର ସଦସ୍ୟ ଏବଂ କଳାକାର ଏବଂ  ସ୍ୱର୍ଗତ ଅମୀୟ ପଟ୍ଟନାୟକଙ୍କ ବଡ଼ ଭାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଶ୍ବରଂଜନ ପଟ୍ଟନାୟକ, ଦୀପ୍ତିରଂଜନ ପଟ୍ଟନାୟକ ଓ ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ସ୍ୱର୍ଗଦ୍ୱାରରେ ଉପସ୍ଥିତ ଥିଲେ ।

publive-image

ଗତକାଲି ନୂଆଦିଲ୍ଲୀର ମେଦନ୍ତ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ପ୍ରଯୋଜକ-ନିର୍ଦ୍ଦେଶକ ଅମିୟ ପଟ୍ଟନାୟକଙ୍କର ପରଲୋକ ଘଟିଥିଲା। ଗତକାଲି ତାଙ୍କର ମରଶରୀରକୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଥିଲା। ତାଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ।

ଅମୀୟ ପଟ୍ଟନାୟକ ଅଶୀ ଦଶକରେ ସିନେଶିଳ୍ପରେ ପାଦ ଦେଇ ପ୍ରଥମ ପ୍ରୟାସରେ ଲୋକପ୍ରିୟତା ହାସଲ କରିଥିଲେ । ସେ ୧୯୮୫ ମସିହାରେ ପ୍ରଥମେ ନିର୍ମାଣ କରିଥିଲେ ‘ହାକିମ ବାବୁ’। ଏହାର ନିର୍ଦ୍ଦେଶନା ଦେଇଥିଲେ ଜଣାଶୁଣା ନିର୍ଦ୍ଦେଶକ ପ୍ରଣବ ଦାସ। ଏହାକୁ ରାଜ୍ୟ ଏବଂ ରାଷ୍ଟ୍ରୀୟ ପୁରସ୍କାର ବି ମିଳିଥିଲା। ଏହାପରେ ସେ ପ୍ରଯୋଜନା ସହ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇ ‘ମମତା ମାଗେ ମୂଲ’ସିନେମା ନିର୍ମାଣ କରିଥିଲେ। ୧୯୮୫ରେ ରିଲିଜ୍‌ ହୋଇଥିବା ଏହି ସିନେମା ସୁପରହିଟ୍‌ ହୋଇଥିଲା। ତା’ପରେ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶନାରେ ଅମୀୟ ପଟ୍ଟନାୟକ ‘ପୁଅ ମୋର କଳାଠାକୁର’, ‘ଚକା ଆଖି ସବୁ ଦେଖୁଛି’ ଏବଂ ‘ଆସୁଚି ମୋ କାଳିଆ ସୁନା’ ଭଳି ସିନେମାର ପ୍ରଯୋଜନା କରିଥିଲେ। ଏହା ପରେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ‘ଚକାଡୋଳା କରୁଚି ଲୀଳା’ ଏବଂ ‘ପରଦେଶୀ ବାବୁ’ ସିନେମା ନିର୍ମାଣ କରିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe