ପଞ୍ଚଭୂତରେ ଲୀନ ହେଲେ ମିହିର, ସତୀଚଉରାରେ ସଂପନ୍ନ ହେଲା ଶେଷକୃତ୍ୟ

Advertisment
ପଞ୍ଚଭୂତରେ ଲୀନ ହେଲେ ମିହିର, ସତୀଚଉରାରେ ସଂପନ୍ନ ହେଲା ଶେଷକୃତ୍ୟ

କଟକ: ପଞ୍ଚଭୂତରେ ଲୀନ ହେଲେ ମିହିର। ଛଳଛଳ ଆଖିରେ ବିିଦାୟ ଦେଲେ ବନ୍ଧୁ, ସିନେପ୍ରେମୀ, ପ୍ରଶଂସକ ଓ ପରିବାରବର୍ଗ। ଗାର୍ଡ ଅଫ ଅନର ସହ ହେଲା ଶେଷକୃତ୍ୟ। ଶେଷ ବିଦାୟ ନେଇ ବର୍ଷୀୟାନ୍ ଅଭିନେତା ମିହିର ଦାସ ପରପାରିକୁ ଚାଲିଯାଇଥିବା ବେଳେ ଓଡ଼ିଆ ଫିଲ୍ମ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଯାଇଛନ୍ତି। ମିହିରଙ୍କୁୁ ହରାଇ କେବଳ ଓଡ଼ିଶାବାସୀ ନୁହନ୍ତି ଆଜି ଆକାଶ ବି କାନ୍ଦୁଛି। ହେଲେ ବର୍ଷା ସତ୍ତ୍ବେ ଲୋକେ ଛତା ଧରି ନିଜ ପ୍ରିୟ ଅଭିିନେତାଙ୍କୁ ବିଦାୟ ଦେବାକୁ ପହଞ୍ଚିଥିବା ଦେଖାଯାଇଛି। ଅନ୍ୟପକ୍ଷରେ ବାପାଙ୍କୁ ମୁଖାଗ୍ନି ଦେଇ ଭ‌ାଙ୍ଗି ପଡ଼ିଛନ୍ତି ପୁଅ ଅମ୍ଲାନ।

ପ୍ରଥମେ ସିଡ଼ିଏ ସେକ୍ଟର-୮ ସ୍ଥିତ ବାସଭବନରୁ ଶୋଭାଯାତ୍ରାରେ ବାହାରିବା ପରେ ସିଡିଏର ସମସ୍ତ ଅଞ୍ଚଳ ପରିକ୍ରମା କରି କ୍ୟାଣ୍ଟନମେଣ୍ଟ ରୋଡ଼ସ୍ଥିତ ରାମଗଡ଼ ଜନ୍ମସ୍ଥାନକୁ ନିଆଯ‌ାଇଥିଲା ମିହିର ଦାସଙ୍କ ପାର୍ଥିବ ଶରୀର। ପରେ ସତୀଚଉରା ‌ଶ୍ମଶାନଠାରେ ଗାର୍ଡ଼ ଅଫ ଅନର ସହ ତାଙ୍କର ଶେଷକୃତ୍ୟ ହୋଇଛି। ଏନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।

publive-image

ଉଲ୍ଲେଖଖଯୋଗ୍ୟ, ୨୦୨୧ ଡିସେମ୍ବର ମାସ ୮ ତାରିଖରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘ‌ରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହାପର ଠାରୁ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। କିଡନି ବ୍ୟାଧିରେ ପୀଡ଼ିତ ମିହିର ଦାସଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇ ପଡ଼ିବା ଫଳରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe