ସ୍ବର୍ଗଦ୍ବାରରେ ରଜତ କରଙ୍କ ଶେଷକୃତ୍ୟ

Advertisment
ସ୍ବର୍ଗଦ୍ବାରରେ ରଜତ କରଙ୍କ ଶେଷକୃତ୍ୟ

ପୁରୀ : ପୁରୀ ସ୍ବର୍ଗଦ୍ବାରଠାରେ ସୋମବାର ଦିନ ପ୍ରଫେସର ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠପୁତ୍ର ରଞ୍ଜିତ କର ମୁଖାଗ୍ନି ଦେଇଛନ୍ତି। ପ୍ରଫେସର କର ଗତକାଲି ୮୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ସୋମବାର ଦିନ ଶୋକାକୁଳ ପରିବେଶ ଭିତରେ ସ୍ବର୍ଗଦ୍ବାରରେ ତାଙ୍କ ଅନ୍ତିମ ସଂସ୍କାର ଶେଷ କରାଯାଇଛି। ବହୁ ଶୁଭେଚ୍ଛୁ, ନେତା, ମନ୍ତ୍ରୀ, ସଂଗଠକ ସ୍ବର୍ଗଦ୍ବାରରେ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

publive-image

ନଗର ଉନ୍ନୟନ ମନ୍ତ୍ରୀ ପ୍ରତ‍ାପ ଜେନା, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା, ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ ପ୍ରମୁଖ ଆଜି ସ୍ବର୍ଗଦ୍ବାରଠାରେ ତାଙ୍କ ଶେଷ ଦର୍ଶନ କରିବା ସହ ପୁଷ୍ପାମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ବର୍ଗତ କରଙ୍କ କନିଷ୍ଠ ପୁତ୍ର ରାଜୀବ କର, ବଡ଼ ବୋହୂ ନିବେଦିତା କର, ସାନ ବୋହୂ ଗୀତା କର, ଝିଅ ସାଗରିକା ପ୍ରହରାଜ, ସମ୍ବିତା କର, ଜ୍ବାଇଁ ମନମୋହନ ପ୍ରହରାଜ, ଭୁବନେଶ୍ବର ମହାପାତ୍ର, ନାତି ଅଂଶୁମାନ କର, ସୁମନ କର, ପ୍ରଦୀପ କର, ନାତୁଣୀ ବୋହୂ ଦେବସ୍ମିତା କରଙ୍କ ସମସ୍ତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ ସ୍ବର୍ଗତ କର ଜଣେ ବାଗ୍ମୀ, ପ୍ରବଚକ, ସାହିତ୍ୟିକ, ଗବେଷକ, ଶିକ୍ଷାବିତ୍‌ ଓ ନାଟ୍ୟକାର ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe