କାଳିଆବୁଦା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ଶେଷକୃତ୍ୟ

Advertisment
କାଳିଆବୁଦା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ଶେଷକୃତ୍ୟ

କଟକ: କଟକ କାଳିଆବୁଦା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ଡ଼ି ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ ହେଲା। ଝିଅ ଡି ଭାନୁପ୍ରିୟା ରାଓ ମୁଖାଗ୍ନି ଦେଇଛନ୍ତି। କାଳିଆବୁଦା ଶ୍ମଶାନ ଠାରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ଡ଼ିପିସି ପ୍ରତୀକ‌ ସିଂହ, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ତାୟତରାୟ,  କଟକ-ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ୍‌, କଟକ-ଚୌଦ୍ବାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ, ରାଜ୍ୟସଭା ସାଂସଦ ସୁବାସ ସିଂହ, ବିଜେଡି ନେତା ପ୍ରଫୁଲ୍ଲ ସିଂହ, ବିଜୁ ଜନତା ଛାତ୍ର ନେତା ତଥା ଅଭିନେତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତି ରହିଥିଲେ।

publive-image Sambad

ଗତକାଲି ଅପରାହ୍ନ ସମୟରେ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଆଜି କାଳିଆବୁଦା ଶ୍ମଶାନ ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ନିଜର ସମାଜସେବା ପାଇଁ ଦେଶ ତଥା ବିଦେଶରେ ବେଶ୍ ‌ପରିଚିତ ଥିଲେ ଡି ପ୍ରକାଶ ରାଓ। ପଦ୍ମଶ୍ରୀଙ୍କ ଦେହାନ୍ତ ସାରା ଦେଶବାସୀଙ୍କୁ ମର୍ମାହତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe