ଲତା ଗାଇଥାଆନ୍ତେ ଜଗନ୍ନାଥ ଭଜନ

Advertisment
କେବେ ବି ରିଲିଜ ହୋଇପାରିଲାନି ଲତା ଗାଇଥିବା ପ୍ରଥମ ଗୀତ

Image Courtesy of India Today

କଟକ : ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକର ଓଡ଼ିଆ ଭାଷାରେ ମାତ୍ର ଦୁଇଟି ଗୀତ ଗାଇଛନ୍ତି। ତେବେ, ସେ ଏକ ଜଗନ୍ନାଥ ଭଜନ ଗାଇବା ପାଇଁ ସବୁ ଯୋଜନା ଓ ପ୍ରସ୍ତୁତି ସରିଥିଲା। ଗୀତର ଟ୍ରାକ୍‌ ବି ତିଆରି ହୋଇଥିଲା, ଯାହାକୁ ଲତାଜୀ ଶୁଣିଥିଲେ। ହେଲେ, ଷ୍ଟୁଡିଓରେ ରେକର୍ଡିଂ କରାଯିବା ପୂର୍ବରୁ କରୋନା ପାଇଁ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ କଟକଣା ଆରମ୍ଭ ହୋଇଗଲା। ସେହି କାରଣରୁ ଗୀତଟି ରେକଡିଂ ହୋଇ ପାରିଲା ନାହିଁ ବୋଲି ଉକ୍ତ ଭଜନର ଗୀତିକାର ମୋହିତ ଚକ୍ରବର୍ତ୍ତୀ କହିଛନ୍ତି।

ସୂଚନା ମୁତାବକ, ୨୦୨୦ ଫେବ୍ରୁଆରି ମାସରେ ଗୀତିକାର ମୋହିତ ଚକ୍ରବର୍ତ୍ତୀ, ସଂଗୀତକାର ଦେବୀତୋଷ ଆଚାର୍ଯ୍ୟ ଓ ସଂଯୋଜକ ହେମରାଜ୍‌ ଅଗ୍ରୱାଲ୍‌ ମୁମ୍ବାଇ ଯାଇ ଲତାଜୀଙ୍କ ସମ୍ପର୍କୀୟ ମୌରେସ୍‌ ପାଇଙ୍କ ଜରିଆରେ ତାଙ୍କୁ ସାକ୍ଷାତ କରିଥିଲେ। ଲତାଜୀଙ୍କୁ ସେମାନେ ୪ଟି ଜଗନ୍ନାଥ ଭଜନ ସ୍ବର ସହିତ ଶୁଣାଇଥିଲେ। ତା ଭିତରୁ ମୋହିତ ଚକ୍ରବର୍ତ୍ତୀ ଲେଖିଥିବା ‘ତୋ ସଂଧ୍ୟା ଦର୍ଶନ ଲାଗି ବଳିଛି ମନ, ହେ ଚକାନୟନ..’ ଗୀତଟିକୁ ଲତାଜୀ ପସନ୍ଦ କରିଥିଲେ ଓ ଗୀତର ଟ୍ରାକ୍‌ ତିଆରି କରି ଆଣିବାକୁ କହିଥିଲେ। କଟକରେ ତାର ଟ୍ରାକ୍‌ ପ୍ରସ୍ତୁତ କରାଯିବା ବେଳକୁ ଲତାଜୀ ଅସୁସ୍ଥ ହୋଇଥିଲେ। ଘରେ ରେକର୍ଡିଂ କରାଇବା ପାଇଁ ଆୟୋଜକମାନେ ପ୍ରସ୍ତାବ ଦେବାରୁ ସେଥିରେ ଲତାଜୀ ଅରାଜି ହୋଇଥିଲେ। ସୁସ୍ଥ ହେବା ପରେ ଷ୍ଟୁଡିଓକୁ ଯାଇ ରେକର୍ଡିଂ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ, ସେ ସୁସ୍ଥ ହେବା ବେଳକୁ କୋଭିଡ୍‌ ପାଇଁ ଲକ୍‌ଡାଉନ୍, ସଟ୍‌ଡାଉନ୍‌ ଆରମ୍ଭ ହୋଇଗଲା। ସେଇ କାରଣରୁ ଗୀତଟି ରେକର୍ଡିଂ ହୋଇ ପାରିଲାନି ଓ ଆମ ସ୍ବପ୍ନ ଅଧୁରା ରହିଗଲା ବୋଲି ଗୀତିକାର ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe