ବିଳମ୍ବରେ ସ୍କୁଲ ଆସିବାରୁ ୧୮ ଶିକ୍ଷକଙ୍କ ଦରମା ବନ୍ଦ 

ବିଳମ୍ବରେ ସ୍କୁଲ ଆସିବାରୁ ୧୮ ଶିକ୍ଷକଙ୍କ ଦରମା ବନ୍ଦ 

Twitter

ଭଦ୍ରକ: ଦିନେ କି ଦୁଇ ଦିନ ନୁହେଁ, ସବୁ ଦିନେ ବିଳମ୍ବରେ ସ୍କୁଲ ଆସୁଥିଲେ। ଆଜି ବିଭାଗୀୟ ଅଧିକାରୀଙ୍କ ଦ୍ବାରା ଧରାପଡ଼ିବା ପରେ ଭଦ୍ରକ ସହରର ବିଭିନ୍ନ ବିଦ୍ୟାଳୟର ୧୮ ଜଣ ଶିକ୍ଷକଙ୍କ ଗୋଟିଏ ଦିନର ଦରମା ବନ୍ଦ କରାଯାଇଛି। ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଶିକ୍ଷା‌ ଅଧିକାରୀ କପିଳେନ୍ଦ୍ର ମିଶ୍ର ଆଜି ସକାଳେ ସହରର ୧୨ଟି ସ୍କୁଲକୁ ଅଚାନକ ପରିଦର୍ଶନ କରିଥିଲେ। ଏହି ସମୟରେ କେତେକ ସ୍କୁଲରେ ଶିକ୍ଷକ ବିଳମ୍ବରେ ଆସିଥିବା ଦେଖି ବିରକ୍ତି ହୋଇଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ।

ନିର୍ଦ୍ଧାରିତ ସମୟ ମଧ୍ୟରେ ୧୮ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲକୁ ଆସି ନଥିବାରୁ ସେମାନଙ୍କର ଗୋଟିଏ ଦିନର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶଥାଉକି, ଏବେ ଗ୍ରୀଷ୍ମପ୍ରବାହ ଯୋଗୁଁ  ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଚାଲୁଛି। ଏହା ସତ୍ତ୍ବେ ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ ସକାଳ ସାଢ଼େ ୭ଟା ପର୍ଯ୍ୟନ୍ତ ବିଦ୍ୟାଳୟ ହତା ମାଡ଼ିନଥିଲେ। ଏଥିପାଇଁ ୧୮ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କୈଫୟତ ତଲବ କରାଯିବା ସହ ସେମାନଙ୍କର ଦରମା ବନ୍ଦ କରାଯାଇଛି। ସକାଳ ୬ଟା ସୁଦ୍ଧା ସବୁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଆସିବା ଲାଗି ଶ୍ରୀ ମିଶ୍ର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe