ଭଦ୍ରକରେ ବରପୁତ୍ରଙ୍କ ନାମକୁ ବିକୃତ କରାଯାଉଥିବା ନେଇ ପ୍ରତିକ୍ରିୟା

Advertisment
ଭଦ୍ରକରେ ବରପୁତ୍ରଙ୍କ ନାମକୁ ବିକୃତ କରାଯାଉଥିବା ନେଇ ପ୍ରତିକ୍ରିୟା

ଭଦ୍ରକ: ଭଦ୍ରକ ଜିଲ୍ଲାର ବରପୁତ୍ରମାନଙ୍କ ନାମକୁ ବିକୃତ କରି କୁହାଯିବା ଓ ବିକୃତ କରି କାନ୍ଥବାଡ଼ରେ ଲେଖାଯିବା ଘଟଣାକୁ ନେଇ ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜାଣତରେ ହେଉ କି ଅନିଚ୍ଛାକୃତ ତ୍ରୁଟି ପାଇଁ ହେଉ ଆମ  ପୂର୍ବଶୂରୀମାନଙ୍କ ନାମଙ୍କୁ ଏଭଳି ବିକୃତ କରାଯିବା ଉଚିତ ନୁହେଁ ବୋଲି ବହୁ ବୁଦ୍ଧୀଜୀବୀ ନିଜର ମତ ରଖିଛନ୍ତି। ସେମାନଙ୍କ କହିବା କଥା ‌ ଯେଉଁ ମହାନ ବ୍ୟକ୍ତିଙ୍କ ବିଷୟରେ ଆମେ ସର୍ବ ସାଧାରଣରେ କିଛି ବକ୍ତକ୍ୟ ରଖିବା କିମ୍ବା ଲେଖିବା ସେମାନଙ୍କ ସଂପର୍କରେ ଆଗ ସବିଶେଷ ତଥ୍ୟ ସଂଗ୍ରହ କରିବାର ଅବଶ୍ୟକତା ରହିଛି। ତାହା କରାନଯାଇ ଏତେ ତରବରିଆ ଭାବେ ଏଭଳି ସବୁ ଘଟଣା ବାରଂବାର ଘଟାଇବାକୁ ନେଇ  ସାଧାରଣରେ ମନ୍ଦ ଚର୍ଚ୍ଚା ହେଉଛି।  ଏହାଦ୍ବାରା ଭଦ୍ରକ ମାଟିର ଗୌରବ ନଷ୍ଟହେଉଥିବା ବେଳେ ଭଦ୍ରକର ବରେଣ୍ୟ ବରପୁତ୍ରମାନଙ୍କ ପ୍ରତି ଆମର ବୈମାତୃକ ମନୋଭାବର ପରିଚୟ ଦେଉଛି। ଏଭଳି  ବିକୃତମାନସିକତାରୁ ନିବୃତ ରହିବାକୁ  ବୁଦ୍ଧିଜୀବୀମାନେ ମତ ରଖିଛନ୍ତି। ଭଦ୍ରକର ଅସ୍ମିତା ପାଇଁ ଏବେ ସମସ୍ତେ ସଚେତନ ହେବାର  ଆବଶ୍ୟକତା ରହିଛି।

ସୂଚନାରୁ  ପ୍ରକାଶ ‌ଯେ, ଗତ ତିନି ଦିନ ଭିତରେ  କ୍ରମାଗତ ଭାବେ ଭଦ୍ରକର ବରପୁତ୍ରମାନଙ୍କ ନାମକୁ ଏଭଳି ବିକୃତ କରାଯାଇଛି। ଭୁବନେଶ୍ବରର ଏକ ସଭାରେ ଭାରତ ବର୍ଷର ମହାନ କବି ଭଦ୍ରକ ମାଟିର  ସ୍ରଷ୍ଟା କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାମ ଉଚ୍ଚାରଣ କରାଯିବା ବେଳେ  ତାଙ୍କ ନାମ କାନ୍ତକବି ପୂର୍ବରୁ କଣ୍ଠ କବି ବୋଲି ଉଚ୍ଚାରଣ କରାଗଲା। ଯାହାକୁ ନେଇ ସାରା ଓଡ଼ିଶା‌ବାସୀଙ୍କୁ ଏଇ  କଥା ବ୍ୟଥିତ କରିଛି।  ଏହି ଘଟଣା ପରେ ଏବେ ଭଦ୍ରକର  ଧାମନଗର ପୌରପାଳିକା ଅଞ୍ଚଳରେ ଏକ ସ୍କୁଲ କାନ୍ଥରେ ଓଡ଼ିଶାର ମହାନ ଜନ ନାୟକ ଭଦ୍ରକ ମାଟିର ସନ୍ତାନ ଡକ୍ତର ହରେକୃଷ୍ଣ ମହତାବଙ୍କ ନାମକୁ ହରେକୃଷ୍ଣ ମହାନ୍ତି ବୋଲି ଲେଖାଯାଇଥିଲା।

ଏଭଳି ଲେଖା ସଂପର୍କରେ ବିଭିନ୍ନ ସାମାଜିକ ଗଣମାଧ୍ୟରେ ଏଇ ଚିତ୍ର ଭାଇରାଲ ହେବା ପରେ ଏହାକୁ  ନେଇ ଭଦ୍ରକ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେହିପରି  ଭଦ୍ରକ ମାଟିର ଅନ୍ୟତମ ବରେଣ୍ୟ କବି ଜାତୀୟ କବି ବାଞ୍ଝାନିଧି ମହାନ୍ତିଙ୍କ ବିକୃତକରି ବାଞ୍ଛାନିଧି ଦାଶ ବୋଲି ଭଦ୍ରକ ସହରର ଫିସରୀ କାନ୍ଥରେ ଲେଖା ଯାଇଥିଲା। ଏଇ ସବୁ ବିକୃତ ଲେଖାକୁ  ସେଇ ସାରା ଭଦ୍ରକରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ଶିକ୍ଷାବିତ୍ତ, ସାହିତ୍ୟିକ, ସାମ୍ବାଦକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଭଦ୍ରକର ଅସ୍ମିତା ପ୍ରତି ବାରଂବାର ଏଭଳି କୁଠାରଘାତ କରିବା ଉଚିତ ହେଉ ନାହିଁ। ଆଗାମୀ ଦିନରେ ଏଭଳି ତ୍ରୁଟିବିଚ୍ୟୁତି ଘଟିଲେ ଭଦ୍ରକ ମାଟିର ସଚେତନ ନାଗରିକମାନେ ରାଜରାସ୍ତା ଓହ୍ଲାଇ  ଆନ୍ଦୋଳନ କରିବେ ବୋଲି  ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe