ସ୍ବର୍ଗତ ନବକିଶୋରଙ୍କ ମାତୃ ବିୟୋଗ

ସ୍ବର୍ଗତ ନବକିଶୋରଙ୍କ ମାତୃ ବିୟୋଗ

ସମ୍ବଲପୁର : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ମା’ ବିଷ୍ଣୁପ୍ରିୟା ଦାସ(୮୮ବର୍ଷ) ଆଜି ଆରପାରିକୁ ଚାଲିଯାଇଛନ୍ତି। ପୁତ୍ର ବି‌ୟୋଗର ୪ ମାସ ପରେ ଶାରୀରିକ ଅସୁସ୍ଥତା ଯୋଗୁ ସେ ପ୍ରାଣତ୍ୟାଗ କରିଛନ୍ତି।

ସୂଚନା ଅନୁସା‌ରେ, ଗତ ୯ ଦିନ ତଳେ ଶାରୀରିକ ଅସୁସ୍ଥତା ଯୋଗୁ ତାଙ୍କୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରବିବାର ମଧ୍ୟାହ୍ନ ୧୨ଟା ୧୫ରେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ମରଶରୀରକୁ ଅନ୍ତିମ ଦର୍ଶନ ପାଇଁ ସମ୍ବଲପୁର ମୁଦିପଡ଼ାସ୍ଥିତ ବାସଭବନକୁ ଅଣାଯାଇଥିଲା। ଏହାପରେ ତାଙ୍କର ମରଶରୀରକୁ ରାଜଘାଟ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଅନ୍ତିମ ଯାତ୍ରାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ବିଷ୍ଣୁପ୍ରିୟା ଜଣେ ଧର୍ମପ୍ରାଣା ଏବଂ ପରୋପକାରୀ ମହିଳା ଥିଲେ। ସେ ତାଙ୍କ ପଛରେ ସ୍ବାମୀ ନରସିଂହ ଚରଣ ଦାସ, ପୁଅ ରାଜକିଶୋର ଦାସ, ବ୍ରଜକିଶୋର ଦାସ, ଯୁଗଳ କିଶୋର ଦାସ, ଝିଅ ଜ୍ୟୋତିମଂଜରୀ ଜେନା, ଜ୍ବାଇଁ ଆନନ୍ଦ ଜେନା, ନାତୁଣୀ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ, ନାତି ବିଶାଳ ଦାସ, ନିହାର ଦାସଙ୍କ ସମେତ ଅନ୍ୟ ପରିବାରବର୍ଗଙ୍କୁ ଛାଡ଼ି ଯାଇଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe