ବାଲେଶ୍ୱରରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ: ଯୁବକ ଗୁରୁତର, ଅଭିଯୁକ୍ତ ଫେରାର

Advertisment
ଠିକାଦାରଙ୍କ ଉପରକୁ ଫାଙ୍କା ଗୁଳିମାଡ଼: ଥାନାରେ ଏତଲା

Image Courtesy of The Tribune

ବାଲେଶ୍ୱର: ବାଲେଶ୍ୱର ସହରରେ ବିଳମ୍ବିତ ରାତିରେ ଏକ ଗୁଳିକାଣ୍ଡ ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଆର୍ତ୍ତକବିରାଜ ରୋଡ୍ରେ ନିଶାସକ୍ତ ଅବସ୍ଥାରେ ଦୁଇ ସାଙ୍ଗଙ୍କ ମଧ୍ୟରେ ଥଟ୍ଟା ପରିହାସରୁ ଜଣେ ଅନ୍ୟ ଜଣଙ୍କ ଉପରକୁ ଗୁଳିମାଡ଼ ମାରିଥିଲା। ଏହାଫଳରେ କମଲ ଦାସ ଗୁରୁତର ହୋଇ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କମଲ ଦାସଙ୍କ ଆଖିରେ ଗୁଳି ବାଜିଥିବା ସୂଚନା ରହିଛି ।

ସେପଟେ ଗୁଳି ମାରିଥିବା ଯୁବକ ସୁଜଲ ଚୌଧୁରୀ ଫେରାର ହୋଇଯାଇଥିବା କୁହାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି। ଫେରାର ହୋଇଯାଇଥିବା ସୁଜଲ ବାଲେଶ୍ୱର ସ୍ଥିତ ବଳାଙ୍ଗୀ ଡିଗ୍ରି କଲେଜର ଛାତ୍ର ବୋଲି ଜଣାପଡ଼ିଛି। ଏବେ ପ୍ରଶ୍ନ ଉଠିଛି କେଉଁ କାରଣ ପାଇଁ ସୁଜଲ ଏଭଳି କାଣ୍ଡ ଭିଆଇଲେ। ସଜୁଲଙ୍କ ପାଖରେ ବନ୍ଧୁକ ଆସିଲା କେଉଁଠୁ। ଯେଉଁ ବନ୍ଧୁକ ନିଜ ପାଖରେ ରଖିଥିଲେ ତାହା ଲାଇସେନ୍ସ ପ୍ରାପ୍ତ ନା ଚୋରା ବନ୍ଧୁକ ତାହା ତଦନ୍ତ ସାପେକ୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe