ବାରବାଟୀ ଟିକେଟ କାଉଣ୍ଟରରେ ଧସ୍ତାଧସ୍ତି, ପୁଲିସର ଲାଠିଚାର୍ଜ

Advertisment
ବାରବାଟୀ ଟିକେଟ କାଉଣ୍ଟରରେ ଧସ୍ତାଧସ୍ତି, ପୁଲିସର ଲାଠିଚାର୍ଜ

କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୨ ତାରିଖରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ମ୍ୟାଚ୍ ଦେଖିବା ପାଇଁ ଗତକାଲି ରାତିରୁ ଲମ୍ବା ଲାଇନ୍ ଲଗାଇଛନ୍ତି କ୍ରିକେଟ ପ୍ରେମୀ। ହେଲେ ବାରବାଟୀ ଷ୍ଟାଡିୟମ ଟିକେଟ କାଉଣ୍ଟରରୁ ଟିକେଟ କିଣିବା ପାଇଁ ଲାଇନରେ ଥିବା ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି, ଠେଲାପେଲା ହୋଇଥିବାର ଖବର ମିଳିଛି। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ କାଉଣ୍ଟର ଲାଇନରେ ଧସ୍ତାଧସ୍ତି ଭଳି ଘଟଣା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ ଏଥିଲାଗି ପୁଲିସକୁ ଲାଠିଚାର୍ଜ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୨ ତାରିଖରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ମ୍ୟାଚ୍ ପାଇଁ ମଙ୍ଗଳବାରଠୁ ଅଫ୍ଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଓସିଏ ଅନୁବନ୍ଧିତ ସ˚ସ୍ଥା, କ୍ଲବ୍, ସ୍କୁଲ୍, କଲେଜ ଓ ଜିଲ୍ଲାମାନଙ୍କୁ ଟିକଟ ବିକ୍ରି କରାଯାଇଛି। ପ୍ରଥମ ଦିନରେ ଅଧାରୁ ଅଧିକ ଟିକଟ୍ ବିକ୍ରି ହୋଇଥିଲା ବେଳେ ଅବଶିଷ୍ଟ ଟିକେଟ ବିକ୍ରି ଚାଲିଛି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଥମ ଟିକେଟ ବିକ୍ରି କରାଯାଇ ଏହି ପର୍ଯ୍ୟାୟର ଶୁଭାରମ୍ଭ କରାଯାଇଥିଲା ବେଳେ ମଙ୍ଗଳବାର କଟକ ମେୟର ସୁବାସ ସି˚ହ ପ୍ରଥମ ବ୍ୟକ୍ତି ଭାବେ ଟିକେଟ କିଣିବାକୁ ଯାଇଥିଲେ। କଟକ ଜିଲ୍ଲା କ୍ରୀଡ଼ା ସ˚ସଦର ପ୍ରତିନିଧି ଭାବେ ସୁବାସ ଟିକେଟ କିଣିଥିଲେ। ଗୁରୁବାରଠୁ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି। ତେବେ କାଉଣ୍ଟରରେ ୧୬ ହଜାର ପରିବର୍ତ୍ତେ ପାଖାପାଖି ୧୨ ହଜାର ଟିକେଟ ବିକ୍ରି ପାଇଁ ଛଡ଼ାଯିବ ବୋଲି ଓସିଏ ସମ୍ପାଦକ ସ˚ଜୟ ବେହେରା ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe