ରାସ୍ତା ଅବରୋଧ ବେଳେ ପୁଲିସ-ବିକ୍ଷୋଭକାରୀ ମୁହାଁମୁହିଁ: ଲୁହବୁହା ଗ୍ୟାସ ପ୍ରୟୋଗ ସହ ଲାଠି ଚାର୍ଜ

ରାସ୍ତା ଅବରୋଧ ବେଳେ ପୁଲିସ-ବିକ୍ଷୋଭକାରୀ ମୁହାଁମୁହିଁ: ଲୁହବୁହା ଗ୍ୟାସ ପ୍ରୟୋଗ ସହ ଲାଠି ଚାର୍ଜ

କୋରାପୁଟ: କୋରାପୁଟ ଜିଲ୍ଲା ନାଲକୋ ପରିସରରେ ପୁଲିସ-ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି ହୋଇଥବା ପ୍ରଶାସନିକ ଆଲୋଚନା ବିଫଳ ହେବା ପରେ ସେଠାରେ ୧୪୪ ଧାରା ଜାରି କରାଯାଇଥିଲା। ଏହାକୁ ଅମାନ୍ୟ କରି ମୁତୟନ ଥିବା ୫ ପ୍ଲାଟୁନ ପୁଲିସ ଉପରେ ଟେକାପଥର ମାଡ଼ କରିଥିଲେ ବିକ୍ଷୋଭକାରୀ। ଏହାପରେ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ ସହ ଲାଠି ଚାର୍ଜ କରିଥିଲା। ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
ତିନି ଦିନ ବନ୍ଦ ରହିଛି କୋରାପୁଟ ଜିଲ୍ଲା ଦାମନଯୋଡ଼ି ଠାରେ ଥିବା ନାଲକୋର ଉତ୍ପାଦନ। ପ୍ରକଳ୍ପର ଠିକ୍ ନାକ ତଳେ ମାଥାଲପୁଟ ନିକଟରେ ବିସ୍ଥାପିତ କଲୋନି ବାସିନ୍ଦା ଓ ପାଖଆଖର ୧୩ଟି ଗ୍ରାମର ଲୋକେ ଧାରଣାରେ ବସିଥିଲେ। ସେମାନଙ୍କ ମୌଳିକ ସମସ୍ୟା ପ୍ରତି ନାଲକୋ କର୍ତ୍ତୃପକ୍ଷଙ୍କ ଅଣଦେଖାକୁ ବିରୋଧ କରି ନାଲକୋ ଖଣିକୁ ଯାଉଥିବା ରାସ୍ତା ଉପରେ ବୁଧବାରରୁ ଆରମ୍ଭ ହୋଇଥିଲା ଆନ୍ଦୋଳନ। ଆନ୍ଦୋଳନକାରୀ ଏହି ଗାଁଗୁଡ଼ିକରେ ମୌଳିକ ସୁବିଧା ପହଞ୍ଚାଇବା ସହ ଜମିହରା ତଥା ବିଧବାମାନଙ୍କୁ ନାଲକୋ କମ୍ପାନିରେ ଚାକିରି ଦେବା ପାଇଁ ଅଡ଼ି ବସିଥିବା ବେଳେ ଏ ପର୍ଯ୍ୟନ୍ତ ନାଲକୋ କର୍ତ୍ତୃପକ୍ଷ ଆଲୋଚନାକୁ ନ ଆସିବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିଲା।

ପରେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ତହସିଲଦାର ଓ ନାଲକୋ ଅଧିକାରୀଙ୍କ ସହ ଆଲୋଚନା ଚାଲିଥିବା ଜଣାପଡ଼ିଛି। ଜବରଦଖଲକାରୀ ତାଙ୍କ ଦାବିରେ ଅଡ଼ି ବସିଥିବାବେଳେ ନାଲକୋ ପକ୍ଷରୁ କୌଣସି ପ୍ରତିଶ୍ରୁତି ମିଳୁ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଇବା ଆଶା କରାଯାଉଛି।
ଏନେଇ ଜିଲ୍ଲପାଳ ଅବଦୁଲ ଏମ ଅଖତର କହିଛନ୍ତି ଯେ, ଆନ୍ଦୋଳନକାରୀଙ୍କ ସମସ୍ତ ଦାବି ନାଲକୋ ଅଧିକାରୀଙ୍କ ନିଷ୍ପତ୍ତିର ପରିଧି ମଧ୍ୟରେ ରହିଛି। ଏହାସହ ସ୍ଥାନୀୟ ପ୍ରଶାସନକୁ ତିକ୍ଷ୍ଣ ନଜର ରଖିବାକୁ କୁହାଯାଇଛି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe