ପରଲୋକରେ ଶିକ୍ଷାବିତ୍ ଲତିଫୁର ରହେମାନ

ପରଲୋକରେ ଶିକ୍ଷାବିତ୍ ଲତିଫୁର ରହେମାନ

ଭୁବନେଶ୍ବର: ବିଶିଷ୍ଟ ଶିକ୍ଷାବିତ୍ ତଥା ବିଜେବି କନିଷ୍ଠ କଲେଜର ପୂର୍ବତନ ଅଧ୍ୟକ୍ଷ ସୟଦ ଲତିଫୁର ରହେମାନଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ଯକୃତ ରୋଗରେ ପୀଡ଼ିତ ଥିଲେ। ଆଜି ଡୁମଡୁମାସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କର ପତ୍ନୀ ଫହିମା ବେଗମ ଏବଂ ଦୁଇ ପୁଅ ଅଛନ୍ତି।

ପୁରୀ ଜିଲ୍ଲା କାକଟପୁରର ଗମ୍ଭାରୀପଦା ନିବାସୀ ଲତିଫୁର ରହେମାନ ରେଭେନ୍ସାରୁ ସ୍ନାତକ, ଅଲ୍ଲୀଗଡ଼ ମୁସଲିମ୍‌ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ପରେ ଅଧ୍ୟାପନା ଆରମ୍ଭ କରିଥିଲେ। ପୁରୀ କଲେଜରେ ଅଧ୍ୟାପକ, ଭବାନୀପାଟଣା ସରକାରୀ କଲେଜରୁ ଅଧ୍ୟକ୍ଷ ଭାବରେ ଅବସର ନେଇ ପୁଲିସ ଏକାଡେମି ଏବଂ ରେଲୱେ ବୋର୍ଡର ସଦସ୍ୟ ଥିଲେ। ଭୂଗୋଳରେ ଦକ୍ଷତା ଯୋଗୁଁ ଅବସର ପରେ ମଧ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ସହାୟତା ନିଆଯାଉଥିଲା। ତାଙ୍କ ବିୟୋଗରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe