Launch of 'Aamri Shishu' web portal for real-time child welfare monitoring Photograph: (sambad.in)
ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୋମବାର ଦିନ ରାଜ୍ୟ ମହିଳା ଏବଂ ଶିଶୁ ପ୍ରତିଷ୍ଠାନରେ ମହିଳା ଏବଂ ଶିଶୁ ବିକାଶ ବିଭାଗର 'ଆମରି ଶିଶୁ' ୱେବ୍ ପୋର୍ଟାଲ୍ ଲୋକାର୍ପଣ କରିଛନ୍ତି।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଲେ, ଆମରି ଶିଶୁ' ୱେବ୍ ପୋର୍ଟାଲ୍ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଶିଶୁ କଲ୍ୟାଣ କମିଟି , କିଶୋର ନ୍ୟାୟ ବୋର୍ଡ , ଶିଶୁ ଯତ୍ନ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସେବା ପ୍ରଦାନକାରୀ ଏବଂ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଏକ ସୁଗମ ସମନ୍ୱୟ ସ୍ଥାପନ କରିପାରିବ।
ଏହି 'ଆମରି ଶିଶୁ' ୱେବ୍ ପୋର୍ଟାଲ ମାଧ୍ୟମରେ ରାଜ୍ୟରେ ଶିଶୁ କଲ୍ୟାଣ, ଶିଶୁ ପୁଷ୍ଟିସାର ଏବଂ ଶିଶୁ ସୁରକ୍ଷା କ୍ଷେତ୍ରର କାର୍ଯ୍ୟଶୈଳୀରେ ଉନ୍ନତି ଆସିବ। ଡିଜିଟାଲ୍ ଅପଡେଟ୍ ହୋଇଥିବା ତଥ୍ୟ ସାହାଯ୍ୟରେ ଶିଶୁ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାର ସଠିକ୍ ଭାବରେ ଟ୍ରାକ୍ କରାଯାଇପାରିବ।
ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା "ଆମରି ଶିଶୁ" ୱେବ -ପୋର୍ଟାଲର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଲି । ଏହି ପୋର୍ଟାଲ ମାଧ୍ୟମରେ ଶିଶୁ କଲ୍ୟାଣ, ଶିଶୁ ସୁରକ୍ଷା, ଶିଶୁମାନଙ୍କୁ ନ୍ୟାୟ,ଶିଶୁମାନଙ୍କ ଅପପୁଷ୍ଟିକୁ ଦୂରୀଭୂତ କରିବା ଆଦି କାର୍ଯ୍ୟ ସହଜ ହେବ ଏବଂ ମିସନ ବାତ୍ସଲ୍ୟ ଓ ଯଶୋଦା, ଆଶୀର୍ବାଦ ଯୋଜନାର ସେବା ମଧ୍ୟ ଉପଲବ୍ଧ ହେବା ସହ ଶିଶୁ ଯତ୍ନ ଓ ସୁରକ୍ଷା ସୁନିଶ୍ଚିତ ହେବ ।
ଏହି କାର୍ଯ୍ୟକ୍ରମରେ ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା, ନିର୍ଦ୍ଦେଶକ ମୋନିଷା ବାନାର୍ଜୀ, ବିଭାଗୀୟ ଅଧିକାରୀମାନଙ୍କ ସହିତ ଅଙ୍ଗନୱାଡି କର୍ମୀ ଏବଂ ସହାୟିକାମାନେ ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ: ଓଡ଼ିଶା ଗସ୍ତରେ ଥିବା ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ: ପୁଲିସର ନିଷ୍କ୍ରିୟତା ନେଇ ଉତ୍ତେଜନା ପ୍ରକାଶ
Aamri Shishu | web portal
Follow Us