ରାଜ୍ୟରେ ଆଇ-ଏଫ୍‌ଇଟିପି ପାଠ୍ୟକ୍ରମର ଶୁଭାରମ୍ଭ

ରାଜ୍ୟରେ ଆଇ-ଏଫ୍‌ଇଟିପି ପାଠ୍ୟକ୍ରମର ଶୁଭାରମ୍ଭ

Careers360

ଭୁବନେଶ୍ବର : ରାଜ୍ୟରେ ଆଇ-ଏଫ୍‌ଇଟିପି ପାଠ୍ୟକ୍ରମର ଶୁଭାରମ୍ଭ ହୋଇଛି। ଚେନ୍ନାଇସ୍ଥିତ ଜାତୀୟ ମହାମାରୀ ପ୍ରତିଷ୍ଠାନ(ଏନ୍‌ଆଇଇ) ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ ଦେଶରେ ପ୍ରଥମଥର ଲାଗି ଏଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ଜରିଆରେ ରାଜ୍ୟରେ ଜନସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଲକ୍ଷ୍ୟ ରହିଛି। ଏଫ୍‌ଇଟିପି ବା କ୍ଷେତ୍ରସ୍ତରୀୟ ମହାମାରୀ ତାଲିମ କାର୍ଯ୍ୟକ୍ରମର ଅବଧି ୧ବର୍ଷ ପାଇଁ ରହିଛି।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୦ଜଣ ଜନସ୍ବାସ୍ଥ୍ୟ/ମହାମାରୀ ବିଶେଷଜ୍ଞ ଏଥିରେ ସାମିଲ ହୋଇଛନ୍ତି। ବର୍ଷକୁ ୫ଥର ବିଶେଷଜ୍ଞମାନେ ୭ଦିନ ପାଇଁ ଏହି ତାଲିମ୍ ପ୍ରଦାନ କରିବେ। ପରବର୍ତୀ ସମୟରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କୁ କ୍ଷେତ୍ରସ୍ତରରେ ପରିଦର୍ଶନର ଅଭିଜ୍ଞତା ମିଳିବ। ଆସନ୍ତାବର୍ଷ ୧୧ଜଣ ଏଥିରେ ସାମିଲ ହେବାର ଯୋଜନା ରହିଛି। ଉଦ୍‌ଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର, ଏନ୍‌ଆଇଇର ନିର୍ଦେଶକ ଡା.ମନୋଜ ମୁରେକର, ଡା.ସୁଶାନ୍ତ ସ୍ବାଇଁ ଓ ଅନ୍ୟମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe