‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ: ସାମିଲ ହେଲା ୧୮ଟି କୌଳିକ ବୃତ୍ତି

Advertisment

ଜଗନ୍ନାଥଙ୍କ ଟାହିଆ କାରିଗର ସମ୍ବର୍ଦ୍ଧିତ, ଭୁବନେଶ୍ବରରୁ କଟକ ଟ୍ରେନ୍‌ରେ ଗଲେ ରେଳମନ୍ତ୍ରୀ

ଜଗନ୍ନାଥଙ୍କ ଟାହିଆ କାରିଗର ସମ୍ବର୍ଦ୍ଧିତ, ଭୁବନେଶ୍ବରରୁ କଟକ ଟ୍ରେନ୍‌ରେ ଗଲେ ରେଳମନ୍ତ୍ରୀ

‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ: ସାମିଲ ହେଲା ୧୮ଟି କୌଳିକ ବୃତ୍ତି

ଭୁବନେଶ୍ବର: ବିଶ୍ୱକର୍ମା ଜୟନ୍ତୀ ଅବସରରେ ଦେଶର ପାରମ୍ପରିକ କାରିଗରମାନଙ୍କ ପାଇଁ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱକର୍ମା ଲୋଗୋ, ଟ୍ୟାଗ୍ ଲାଇନ୍ ଓ ପୋର୍ଟାଲ ସମେତ ସ୍ୱତନ୍ତ୍ର ଡାକ ଟିକେଟ, ଟୁଲ୍ କିଟ୍ ଇ-ପୁସ୍ତିକା, ଭିଡିଓ ଉନ୍ମୋଚନ କରି କହିଲେ ଯେ ଲକ୍ଷାଧିକ କାରିଗର ଓ ସେମାନଙ୍କ ପରିବାର ପାଇଁ ପିଏମ୍‌ ବିଶ୍ୱକର୍ମା ଯୋଜନା ଆଶାର କିରଣ ରୂପେ ଆସିଛି। ବୈଷୟିକ ଜ୍ଞାନକୌଶଳ ଯେତେ ଉନ୍ନତି ହେଉ ନା କାହିଁକି ବିଶ୍ୱକର୍ମାମାନେ ସମାଜରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ହୋଇ ରହିବେ। ବିଶ୍ୱକର୍ମାଙ୍କ ସମ୍ମାନ, ସାମର୍ଥ୍ୟ ଓ ସମୃଦ୍ଧି ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏକ ସହଯୋଗୀ ଭାବରେ ଆଗେଇ ଆସିଛନ୍ତି। ଏହି ଯୋଜନାରେ ୧୮ଟି କୌଳିକ ବୃତ୍ତିଧାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

ଦକ୍ଷ କାରିଗର ଓ ବୃତ୍ତିକୁ ପ୍ରଶିକ୍ଷଣ ଦେବା ଲାଗି ନିଆଯାଇଥିବା ପଦକ୍ଷେପ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଲେ ଏହି ପରିବର୍ତ୍ତିତ ସମୟରେ ବିଶ୍ୱକର୍ମା ବନ୍ଧୁମାନଙ୍କ ପାଇଁ ପ୍ରଶିକ୍ଷଣ, ପ୍ରଯୁକ୍ତି ବିଦ୍ୟା ଓ ଉପକରଣ ଆବଶ୍ୟକ। ଏହି ଅବସରରେ ୧୮ଜଣ ହିତାଧିକାରୀଙ୍କୁ ବିଶ୍ୱକର୍ମା ପ୍ରମାଣପତ୍ର ବଣ୍ଟନ ହୋଇଥିଲା। ଏହିକ୍ରମରେ ଜଗନ୍ନାଥଙ୍କ ଟାହିଆ କାରିଗର ବସନ୍ତ କୁମାର ରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇ ପିଏମ୍‌ ବିଶ୍ୱକର୍ମା ଯୋଜନା ମାଧ୍ୟମରେ ସ୍ଥାନୀୟ ଉତ୍ପାଦ ପ୍ରସ୍ତୁତ କରୁଥିବା କଳାକାର ଓ ହସ୍ତଶିଳ୍ପୀଙ୍କ ବିକାଶ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ମୁନା ଖାଁ, ଏମଏସ୍‌ଏମ୍ଇ ବିଭାଗ ସଚିବ ଶାଶ୍ବତ ମିଶ୍ର, ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା, ଖୋର୍ଦ୍ଧାରୋଡ ମଣ୍ଡଳ ପ୍ରବନ୍ଧକ ଏଚ୍‌ ଏସ୍‌ ବାଜୱା ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ପରିଷ୍କାର ପରିଚ୍ଛନ୍ନତା ଓ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଏକ ଲୋକାଲ୍‌ ଟ୍ରେନ୍‌ରେ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ଯାତ୍ରା କରିବା ସହ ସ୍ୱଚ୍ଛତା ଅଭିଯାନ ଏବଂ ଏହାର ମହତ୍ତ୍ୱ ବିଷୟରେ ଯାତ୍ରୀଙ୍କୁ ସୂଚନା ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe