‘ଆମ ଭରସା ନବୀନ’ ଅଭିଯାନର ଶୁଭାରମ୍ଭ

ବ୍ରହ୍ମପୁର ମେୟର୍‌ ହେବାକୁ ବିଜେଡିରେ ଡଜନେ ଆଶାୟୀ, ମୁଖ୍ୟମନ୍ତ୍ରୀ ଦେବେ କି ମାଷ୍ଟର ଷ୍ଟ୍ରୋକ୍‌?

image source--news 18

ଭୁବନେଶ୍ବର : ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟ ପକ୍ଷରୁ ‘ଆମ ଭରସା ନବୀନ’ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅଭିଯାନ ମାଧ୍ୟମରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ଅନୁଭୂତିର ଭିଡିଓ କ୍ଲିପ୍‍ ପ୍ରସ୍ତୁତ କରାଯାଇ ରାଜ୍ୟରେ ଏକ ସକାରାତ୍ମକ ବାତାବରଣ ସାମାଜିକ ଗଣମାଧ୍ୟମ ଜରିଆରେ ସୃଷ୍ଟି କରାଯିବ। ଫଳରେ ସମାଜରେ ନୂତନ ଆଶାର ସଞ୍ଚାର ହେବା ସହ କୋଭିଡ୍‍ ସଂକ୍ରମିତ ତଥା ଜନସାଧାରଣଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ବୃଦ୍ଧି ପାଇବ। କରୋନାରେ ନିୟୋଜିତ ଚିକିତ୍ସକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ମନୋବଳ ବୃଦ୍ଧି କରିବାରେ ଏହା ସହାୟକ ହେବ। ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଜିଲ୍ଲାର ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟର ସଂଯୋଜକମାନେ ସଂଯୋଜନା କରିବେ। ବ୍ଲକ, ପଞ୍ଚାୟତସ୍ତରୀୟ ସାମ୍ମୁଖ୍ୟ ସଂଯୋଜକ, ଗ୍ରାମସ୍ତରରେ ସଂସ୍କୃତି ସୈନିକମାନେ ପରିଚାଳନା କରିବାକୁ ଯୋଜନା ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ବାତ୍ୟା ‘ୟାସ୍‌’ ଓ ‘କୋଭିଡ୍‍’ର ସଫଳ ମୁକାବିଲା ଓ ସୁପରିଚାଳନା ପାଇଁ ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟର ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳ ବୈଠକରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ବୈଠକରେ ଏବେ ସୁଦ୍ଧା ସାମ୍ମୁଖ୍ୟ ରାଜ୍ୟର ବିଭିନ୍ନ ଆଦିବାସୀ ଅଞ୍ଚଳ ଓ ଅନ୍ୟାନ୍ୟ ଜିଲ୍ଲାରେ ଆଞ୍ଚଳିକ କଥିତ ଭାଷାରେ ସଚେତନତା, ଟିକାକରଣ ନିମନ୍ତେ ସଚେତନତା ବାର୍ତ୍ତା ପ୍ରସାର କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା। ବୈଠକରେ ସାଂସଦ ଅମର ପଟ୍ଟନାୟକ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିବା ବେଳେ ସାମ୍ମୁଖ୍ୟର ଆବାହକ ରବିନାରାୟଣ ନନ୍ଦ ବୈଠକର ଉଦ୍ଦେଶ୍ୟ ଉପସ୍ଥାପନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି ଅଭିଯାନ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ରାଜ୍ୟ କମିଟିର ସଦସ୍ୟ ଜୀବନ ଦୀକ୍ଷିତ ଓ ଦେବରାଜ ସେନାପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe