Advertisment

ସ୍କିଲ୍ ପରିସଂସ୍ଥାନକୁ ଗତି ଦେବା ପାଇଁ ବିଭିନ୍ନ ଷ୍ଟ୍ରାଟେଜିକ୍ ପଦକ୍ଷେପର ଶୁଭାରମ୍ଭ

Advertisment
ଆଜି ମୁଖ୍ୟମନ୍ତ୍ରୀ ଚୟନ ନେଇ ମାନସମନ୍ଥନ: ଦିଲ୍ଲୀ ଗଲେ ମନମୋହନ, ଜୟନାରାୟଣଙ୍କ ସମେତ ସବୁ ନେତା

dna india

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ସ୍ଥିତ କୌଶଳ ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅନ୍ତର୍ଗତ ସ୍କିଲ୍ ପରିସଂସ୍ଥାନକୁ ମଜବୁତ୍ କରିବା ସହ ଗତି ଦେବା ପାଇଁ ବିଭିନ୍ନ ଷ୍ଟ୍ରାଟେଜିକ୍ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଜିର ବୁଝାମଣା ପତ୍ର ଓ ଲୋକାର୍ପିତ ପଦକ୍ଷେପଗୁଡ଼ିକ ସ୍କିଲ୍ ଇଣ୍ଡିଆ ମିସନ୍‌ର ପରିସରକୁ ଅଧିକ ସମ୍ପ୍ରସାରଣ କରିବା ସହ ଦେଶର ଅଧିକାଂଶ ଜନସଂଖ୍ୟାକୁ ଦକ୍ଷତା ପରିସରକୁ ଆଣିବ। ଆମର ଯୁବବର୍ଗ ଏବଂ କର୍ମଚାରୀଙ୍କୁ ବିକଶିତ ନୂତନ ବିଶ୍ୱ ବ୍ୟବସ୍ଥାରେ ଅଗ୍ରଣୀ ଭାବେ ଉଭା ହେବା ପାଇଁ ଆବଶ୍ୟକୀୟ ଦକ୍ଷତା ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ରମନ୍ତ୍ରୀ ଏନ୍‌ଏସ୍‌ଡିସି ସହଯୋଗରେ ଦକ୍ଷତା ବିକାଶ କେନ୍ଦ୍ର (ଏସ୍‌ଡିଆଇ), ଭୁବନେଶ୍ୱରରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଦୁଇଟି ଅତ୍ୟାଧୁନିକ କେନ୍ଦ୍ର ଯଥା ଏଚ୍‌ଭିଏସି, ମିଡିଆ ଏବଂ ମନୋରଞ୍ଜନ ପାଇଁ ଉତ୍କର୍ଷ କେନ୍ଦ୍ରର ଲୋକାର୍ପଣ କରିଛନ୍ତି।

ଏନେଇ ଶ୍ରୀ ପ୍ରଧାନ କହିଛନ୍ତି ଏସ୍‌ଡିଆଇ, ଭୁବନେଶ୍ୱରରେ ଲୋକାର୍ପିତ ହୋଇଥିବା ଉତ୍କର୍ଷ କେନ୍ଦ୍ର ଯୁବବର୍ଗଙ୍କୁ ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ରରେ ଅଧିକ ଦକ୍ଷ କରିବ। ଏଠାରେ ଏଚ୍‌ଭିଏସି, ମିଡିଆ ଏବଂ ମନୋରଞ୍ଜନ ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ ଉଦ୍‌ଘାଟନ ଓଡ଼ିଶାର ଦକ୍ଷତାକୁ ଆଗକୁ ବଢ଼ାଇବା ଦିଗରେ ଅଧିକ ଶକ୍ତି ପ୍ରଦାନ କରିବ। ମିଡିଆ ଏବଂ ମନୋରଞ୍ଜନ ପାଇଁ ଉକ୍ତ କେନ୍ଦ୍ରରେ ଗ୍ରାଫିକ୍ ଡିଜାଇନ, ସୋସିଆଲ ମିଡିଆ ମ୍ୟାନେଜର, ଡିଜିଟାଲ ମାର୍କେଟିଂ ମ୍ୟାନେଜର, ଭିଡିଓ ଏଡିଟିଂ, ସାଉଣ୍ଡ ଏଡିଟିଂ, ଭିଡିଓ ବ୍ଲଗର ଏବଂ ଡିଜିଟାଲ/ଷ୍ଟିଲ୍ ଫଟୋଗ୍ରାଫି ଇତ୍ୟାଦି ପାଠ୍ୟକ୍ରମ ପ୍ରଦାନ କରାଯିବ। ସେହିପରି ଏଚ୍‌ଭିଏସି ପାଇଁ ଅତ୍ୟାଧୁନିକ କେନ୍ଦ୍ରରେ ହିଟିଂ, ଭେଣ୍ଟିଲେସନ ଏବଂ ଏୟାର କଣ୍ଡିସନିଂ ଉପରେ ପାଠ୍ୟକ୍ରମ ପ୍ରଦାନ କରାଯିବ। ଏହି କେନ୍ଦ୍ରଟି ଯୁବବର୍ଗଙ୍କୁ ଶିଳ୍ପ କ୍ଷେତ୍ର ପାଇଁ ପ୍ରସ୍ତୁତ କରାଇବ। ଏହି ପଦକ୍ଷେପ ଦ୍ୱାରା ସେମାନେ ରୋଜଗାରକ୍ଷମ ହେବା ସହ ସେମାନଙ୍କ ଜୀବିକା ବୃଦ୍ଧି ହେବ। ଏହାଦ୍ବାରା ସେମାନେ ଉଦ୍ୟୋଗୀ ହେବା ପାଇଁ ସମର୍ଥ ହୋଇପାରିବେ। କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ନିଜବଡ୍ ଏବଂ କେନ୍ଦ୍ର ସରକାରଙ୍କ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ, ଶ୍ରମ ମନ୍ତ୍ରଣାଳୟ ଓ ଇପିସିଏଚ୍‌, ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ଟ୍ରେନିଂ(ଡିଜିଟି) ଓ ଫ୍ୟୁଚର୍ ରାଇଟ୍ସ ସ୍କିଲ୍ ନେଟୱର୍କ ସହ ପୃଥକ ପୃଥକ ଏମ୍‌ଓୟୁ ସ୍ୱାକ୍ଷର ହୋଇଥିଲା। ଏହାସହ ସ୍କିଲ୍ ଇଣ୍ଡିଆ ଓ ପିଏମକେଭିୱାଇ ଅନ୍ତର୍ଗତ ପିଏମ୍‌ ବିଶ୍ୱକର୍ମା ଅନ୍ତର୍ଗତ ଶିଳ୍ପ ସମୂହଙ୍କ ମଧ୍ୟରେ ଷ୍ଟ୍ରାଟେଜିକ୍ ପାର୍ଟନରସିପ ପାଇଁ ବୁଝାମଣା ହୋଇଛି। ଏଆଇ ଏବଂ ଅନ୍ୟାନ୍ୟ ସୀମାନ୍ତ କ୍ଷେତ୍ରରେ ୪ଟି ନ୍ୟୁ ଏଜ୍ କୋର୍ସର ଶୁଭାରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe