ଆଇନଶୃଙ୍ଖଳା ଚୁଲିକୁ ଗଲାଣି: ଘରେ ପଶି ଆଖିବୁଜା ହାଣିଲେ, ବଡ଼ବୋହୂ ମୃତ, ସାନବୋହୂ ଓ ଶାଶୂ ଗୁରୁତର

Advertisment

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଫାଣ୍ଡି ଅନ୍ତର୍ଗତ ଦେଓପଦା ଗ୍ରାମରେ ଆଜି ସନ୍ଧ୍ୟା ବେଳେ ଘଟିଛି ଜଘନ୍ୟ କାଣ୍ଡ। ଦୁର୍ବୃତ୍ତମାନେ ଜଣଙ୍କ ଘରେ ପଶି ତିନିଜଣ ମହିଳାଙ୍କୁ ଆଖିବୁଜା ହାଣିଛନ୍ତି।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଫାଣ୍ଡି ଅନ୍ତର୍ଗତ ଦେଓପଦା ଗ୍ରାମରେ ଆଜି ସନ୍ଧ୍ୟା ବେଳେ ଘଟିଛି ଜଘନ୍ୟ କାଣ୍ଡ। ଦୁର୍ବୃତ୍ତମାନେ ଜଣଙ୍କ ଘରେ ପଶି ତିନିଜଣ ମହିଳାଙ୍କୁ ଆଖିବୁଜା ହାଣିଛନ୍ତି।

attack

ଭଣ୍ଡାରିପୋଖରୀ/ଭଣ୍ଡାରିପୋଖରୀ-୧: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଫାଣ୍ଡି ଅନ୍ତର୍ଗତ ଦେଓପଦା ଗ୍ରାମରେ ଆଜି ସନ୍ଧ୍ୟା ବେଳେ ଘଟିଛି ଜଘନ୍ୟ କାଣ୍ଡ। ଦୁର୍ବୃତ୍ତମାନେ ଜଣଙ୍କ ଘରେ ପଶି ତିନିଜଣ ମହିଳାଙ୍କୁ ଆଖିବୁଜା ହାଣିଛନ୍ତି। ଆକ୍ରମଣରେ ବଡ଼ବୋହୂର ମୃତ୍ୟୁ ଘଟିଥିବା ବେଳେ ସାନବୋହୂ ଓ ଶାଶୂ ଗୁରୁତର ହୋଇଛନ୍ତି। ତେବେ ଦୁଇଜଣ ଛୋଟ ଝିଅ ଦୁର୍ବୃତ୍ତଙ୍କ କବଳରୁ ରକ୍ଷା ପାଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ; ଆଜି ଦେଓପଦା ଗ୍ରାମର ନବକିଶୋର ସାହୁଙ୍କ ଘରେ କେହି ପୁରୁଷ ନଥିଲେ।  ସନ୍ଧ୍ୟା ପ୍ରାୟ ୭ଟା ବେଳେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଘରେ ପଶିଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ବିଭିନ୍ନ ମାରଣାସ୍ତ୍ରରେ ନବକିଶୋରଙ୍କ ପତ୍ନୀ କନକଲତା (୫୫), ବଡ଼ ବୋହୂ ଝୁନାରାଣୀ (୨୭) ଓ ସାନବୋହୂ ସସ୍ମିତା (୨୫)ଙ୍କୁ ହାଣିଥିଲେ।

ମହିଳାମାନଙ୍କ ଚିତ୍କାର ଶୁଣି ପାଖ ଲୋକମାନେ ଦୌଡ଼ି ଆସିବାରୁ ଦୁର୍ବୃତ୍ତମାନେ ପଳାଇ ଯାଇଥିଲେ। ତେବେ ଘରର ଏକ କୋଠରିରେ ଥିବା ଦୁଇଜଣ ଛୋଟ ଝିଅ ଦୁର୍ବୃତ୍ତଙ୍କ କବଳରୁ ରକ୍ଷା ପାଇଯାଇଥିଲେ। ଗୁରୁତର ଅବସ୍ଥାରେ ଶାଶୂ ଓ ୨ବୋହୂଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ବଡ଼ବୋହୂ ଝୁନାରାଣୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସାନବୋହୂ ଓ ଶାଶୂ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସିତ ହେଉଛନ୍ତି। 

ଅନ୍ୟପଟେ ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଏକାଧିକ ସଂଦିଗ୍ଧ ଅଟକ ଅଛନ୍ତି। ଗୁରୁତର ସାନବୋହୂ ସସ୍ମିତାଙ୍କ ଭାଇ ଯତୀନ୍ଦ୍ର ସାହୁ 
ଅଭିଯୋଗ କରିଛନ୍ତି ଯେ ପୂର୍ବ ଶତ୍ରୁତାକୁ ନେଇ ନବକିଶୋରଙ୍କ ଦୋକାନରେ କାମ କରୁଥିବା ପୂର୍ବତନ କର୍ମଚାରୀ ଓ ତାଙ୍କର ସହଯୋଗୀମାନେ ଏପରି ଲୋମଟାଙ୍କୁରା କାଣ୍ଡ ଭିଆଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe