ଅଦରକାରୀ ଆଇନ ଖୋଜିବେ ଲ' କମିସନ: ଆଇନମନ୍ତ୍ରୀ

Advertisment

ରାଜ୍ୟରେ ଲ' କମିସନ ଅଦରକାରୀ ଆଇନ ଖୋଜିବେ। ସୁଶାସନ ପ୍ରତିଷ୍ଠା ପାଇଁ କମିସନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି । ଲ’ କମିସନରେ ଜଣେ ଆଇନ ଶିକ୍ଷା ପ୍ରଫେସରଙ୍କୁ ମଧ୍ୟ ସଦସ୍ୟ ଭାବେ ସାମିଲ କରାଯିବ...

ରାଜ୍ୟରେ ଲ' କମିସନ ଅଦରକାରୀ ଆଇନ ଖୋଜିବେ। ସୁଶାସନ ପ୍ରତିଷ୍ଠା ପାଇଁ କମିସନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି । ଲ’ କମିସନରେ ଜଣେ ଆଇନ ଶିକ୍ଷା ପ୍ରଫେସରଙ୍କୁ ମଧ୍ୟ ସଦସ୍ୟ ଭାବେ ସାମିଲ କରାଯିବ...

pruthiraj harichandan 1

ଭୁବନେଶ୍ବର: ରାଜ୍ୟରେ ଲ' କମିସନ ଅଦରକାରୀ ଆଇନ ଖୋଜିବେ। ସୁଶାସନ ପ୍ରତିଷ୍ଠା ପାଇଁ କମିସନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ।  ଲ’ କମିସନରେ ଜଣେ ଆଇନ ଶିକ୍ଷା ପ୍ରଫେସରଙ୍କୁ ମଧ୍ୟ ସଦସ୍ୟ ଭାବେ ସାମିଲ କରାଯିବ। 

ରାଜ୍ୟକୁ କମିସନଙ୍କର ଆବଶ୍ୟକତା ଥିଲା।  ୨୦୧୮ ମସିହା ପରଠାରୁ ଏଭଳି କରିବାକୁ ରାଜ୍ୟ ସରକାର ଉଚିତ ମଣି ନ ଥିଲେ। ଏବେ ଏହି କମିସନ ରାଜ୍ୟର ବିଭିନ୍ନ ନୀତି ନିୟମର ତର୍ଜମା କରିବେ।

ଦରକାରୀ ନିୟମର ପରିବର୍ତ୍ତନ କରିବେ। ଆବଶ୍ୟକୀୟ ସଂଶୋଧନ କରିବେ। ଆନ୍ୟାବଶ୍ୟକ ଆଇନକୁ ଖୋଜିକି ବାହାର କରିବା, ତର୍ଜମା କାର୍ଯ୍ୟ କରି କମିସନ ରାଜ୍ୟ ସରକାରଙ୍କୁ ଏନେଇ ସୁପାରିଶ କରିବେ। 

ଅଧିକ ପଢ଼ନ୍ତୁ: ସମ୍ବାଦ ପରିବାରର‘ପୁନଶ୍ଚ ପୃଥିବୀ’କାର୍ଯ୍ୟକ୍ରମ ଲୋକପ୍ରିୟ ହୋଇଛି: ପରିବେଶମନ୍ତ୍ରୀ

ଏହା ଉପରେ ପରବର୍ତ୍ତୀ ସମୟରେ ଉପଯୁକ୍ତ  ନିଷ୍ପତ୍ତି ରାଜ୍ୟ ସରକାର ନେବେ। ସୁଶାସନ ପ୍ରତିଷ୍ଠା ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। କେନ୍ଦ୍ର ଢାଞ୍ଚାରେ ରାଜ୍ୟରେ ଏହାର ଆବଶ୍ୟକତା ଥିଲା  ବୋଲି ଆଇନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କମିସନ ଗଠିତ ହୋଇଛି ବୋଲି ଆଇନମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ପ୍ରବଳ ତୁଷାରପାତ ପାଇଁ ବିମାନ ଚଳାଚଳ ବାତିଲ କଲା ଶ୍ରୀନଗର ବିମାନବନ୍ଦର, ଫସିଲା ୨୦୦୦ ଗାଡ଼ି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe