Law Minister appeals not to sell Mahaprasad online Photograph: (sambad.in)
ଭୁବନେଶ୍ବର: ମହାପ୍ରସାଦ ଅନ୍ଲାଇନରେ ବିକ୍ରି ନକରିବାକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅପିଲ୍ କରିଛନ୍ତି। ସେ କହିଛନ୍ତି, ମହାପ୍ରସାଦର ପବିତ୍ରତା ଅଲଗା। କିଛି ଦିନ ତଳେ କିଛି ସଂସ୍ଥା ତରଫରୁ ମହାପ୍ରସାଦ ଓ ଶୁଖିଲା ଭୋଗକୁ ଅନ୍ଲାଇନରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଥିଲା।
ମହାପ୍ରସାଦ ବିଦେଶରେ ଲୋକଙ୍କ ପାଖରେ ପହଞ୍ଚିବ କିନ୍ତୁ ପବିତ୍ରତା ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ଏ ବାବଦରେ ରାଜି ହୋଇନାହାନ୍ତି। ସାଙ୍ଗରେ ନେଲା ବେଳେ ମହାପ୍ରସାଦର ପବିତ୍ରତା ଅକ୍ଷୁର୍ଣ୍ଣ ରଖିବେ କି ନାହିଁ ସେ ସନ୍ଦେହ ଆମ ଭିତରେ ଅଛି ସେ ଦୃଷ୍ଟିରୁ ମନ୍ଦିର ପ୍ରଶାସନ ଓ ସରକାର ସହମତ ନାହାନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି ।
ପୁରୀ ଆସି ମହାପ୍ରସାଦର ସୌଭାଗ୍ୟ ପ୍ରାପ୍ତ ହୁଅନ୍ତୁ। ମହାପ୍ରସାଦକୁ ଅନ୍ଲାଇନରେ ବିତରଣ କରିବା ଭଳି ଯୋଜନା ନାହିଁ।
ମହାପ୍ରସାଦର ଅନ୍ଲାଇନ ବିତରଣ ହେବନାହିଁ । ଅନ୍ଲାଇନ ବିକ୍ରି ପାଇଁ କିଛି ଉଦ୍ୟମ ଆରମ୍ବ ହୋଇଥିଲା କିନ୍ତୁ ଏଥିପାଇଁ ସରକାର ଏବଂ ମନ୍ଦିର ପ୍ରଶାସନ ରାଜି ନାହାନ୍ତି। ଏନେଇ ସବୁ ମନ୍ଦିରକୁ ଆଇନ ମନ୍ତ୍ରୀ ଅପିଲ କରି ହୋଟେଲ ଖାଦ୍ୟ ଭଳି ପ୍ରସାଦକୁ ଅନ୍ଲାଇନରେ ବିକ୍ରି କରନ୍ତୁ ନାହିଁ ବୋଲି ଅନୁରୋଧ କରାଯାଇଛି।
Prithviraj Harichandan | Mahaprasad | online sell
Follow Us