କେନ୍ଦ୍ର ଆଇନମନ୍ତ୍ରୀଙ୍କ ୨ ଦିନିଆ ନୂଆପଡ଼ା ଗସ୍ତ ଆଜି: କେନ୍ଦ୍ର ଯୋଜନା ଉପରେ କରିବେ ସମୀକ୍ଷା ବୈଠକ

Advertisment
କେନ୍ଦ୍ର ଆଇନମନ୍ତ୍ରୀଙ୍କ ୨ ଦିନିଆ ନୂଆପଡ଼ା ଗସ୍ତ ଆଜି: କେନ୍ଦ୍ର ଯୋଜନା ଉପରେ କରିବେ ସମୀକ୍ଷା ବୈଠକ

ନୂଆପଡ଼ା: କେନ୍ଦ୍ରମନ୍ତ୍ରୀମାନଙ୍କୁ ଦେଶର ସମସ୍ତ ଆକାଂକ୍ଷା ଜିଲ୍ଲା ଗସ୍ତ କରି କେନ୍ଦ୍ରୀୟ ଯୋଜନାଗୁଡ଼ିକର ସମୀକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁଯାୟୀ ଆଜି ୨୮ ତାରିଖ ଦିନ ୨ ଦିନିଆ ନୂଆପଡ଼ା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଏସ.ପି ସିଂ ବଘେଲ। ରାୟପୁରକୁ ଉଡ଼ାଜାହାଜରେ ଆସି ପରେ କାରରେ ରାୟପୁରୁ ବାହାରି ୧୧ଟା ୩୦ ରେ ନୂଆପଡ଼ା ସର୍କିଟ ହାଉସରେ ପହଞ୍ଚିବା ପରେ ପରେ ୧୨ଟା ସମୟରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ କେନ୍ଦ୍ର ଯୋଜନା ଉପରେ ଜିଲ୍ଲାପାଳଙ୍କ ସଦଭାବନ ଭବନଠାରେ ସମୀକ୍ଷା ବୈଠକ କରିବେ।

ପରେ ୩ ଟି ସମୟରେ ଜିଲ୍ଲାର ସମସ୍ତ ଏନଜିଓ ଓ ଏସଏଚଜି ଗ୍ରୃପମାନଙ୍କୁ ନେଇ ପୁଣି ଏକ ବୈଠକ ଅନୁଷ୍ଠିତ ହେବ। ପରେ ୪ଟା ସମୟରେ ସମ୍ମାଦିକ ସମ୍ମିଳନୀ ଅନୁଷ୍ଠିତ ହେବା ସହ ୪ଟା ୩୦ ରେ ନୂଆପଡ଼ା ଜିଲ୍ଲା ଓକିଲ ସଂଘର ଆଇନ୍ ଦିବସରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ‌ ସେପରି ୨୯ ତାରିଖ ଦିନ ନୂଆପଡ଼ା ସଦରଠାରେ ରହିଥିବା ସରକାରୀ ବାଲିକା ହାଇସ୍କୁଲ ପରିଦର୍ଶନ କରିବା ସହ ନୂଆପଡ଼ା ମୁଖ୍ୟ ଡାକ୍ତରଖାନା ସହ ଏମ.ସି.ଏଚ ପରିଦର୍ଶନ କରି‌ବେ। ପରେ ନୂଆପଡ଼ା ୩ ନଂ ଅଙ୍ଗନବାଡି ପରିଦର୍ଶନ ପରେ ସାରାବଙ୍ଗ ଡାକ୍ତରଖାନା ଓ ମାଇକ୍ରୋ ଜଳସେଚନ ପ୍ରକଳ୍ପ ସିଲଦା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗରୁ ସୁଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe