ଆଇନଜୀବୀ ସଂଘ ବାର୍ଷିକଉତ୍ସବ ଉଦ୍‌ଯାପିତ

ଆଇନଜୀବୀ ସଂଘ ବାର୍ଷିକଉତ୍ସବ ଉଦ୍‌ଯାପିତ

ଫୁଲବାଣୀ: ଫୁଲବାଣୀ ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୨ତମ ବାର୍ଷିକ ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଇନଜୀବୀଙ୍କୁ ସମାଜର ମୁଖ୍ୟ ଅଙ୍ଗ ଭାବେ ବର୍ଣ୍ଣନା କରିଥିଲେ। ସମାଜରେ ଅବହେଳିତ, ଦଳିତ ଓ ଅସହାୟ ଲୋକଙ୍କ ପାଇଁ ଆଇନଜୀବୀ ଲଢ଼ନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଆହ୍ବାନ ଦେଇଥିଲେ। ଅନ୍ୟପଟେ, ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠି ଅର୍ଥରାଶିକୁ ୫ କୋଟିରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲେ ମଧ୍ୟ ଏହାକୁ ଆହୁରି ଅଧିକ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ସମ୍ମାନିତ ଅତିଥି ଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପ୍ରମୁଖ ଯୋଗ ଦେଇ ଫୁଲବାଣୀରେ ଏଭଳି ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଖୁସି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ପିପି ବିଜୟକୃଷ୍ଣ ପଟ୍ଟନାୟକ, ଓଡ଼ିଶା ଆଇନଜୀବୀ ସଂଘର ଅଧ୍ୟକ୍ଷ ଜ୍ଞାନରଂଜନ ମହାନ୍ତି, ଓଡ଼ିଶା ଆଇନଜୀବୀ ସଂଘର ସଭାପତି ବୀରେନ୍ଦ୍ର କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ସଞ୍ଜିତ କୁମାର ପାଣିଗ୍ରାହୀ, ଫୁଲବାଣୀ ବାର୍‌ ଆସୋସିଏସନ୍‌ର ସଭାପତି ଭଗବାନ ମହାନ୍ତି, ସମ୍ପାଦକ କମଳ କୁମାର ବେହେରା, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ରବୀନ୍ଦ୍ରନାଥ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଇନଜୀବୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ଆଇନଜୀବୀ ଅଜିତ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଫୁଲବାଣୀ କୋର୍ଟରେ ୨୫ ବର୍ଷରୁ ଅଧିକ ସମୟ ଧରି ଓକିଲାତି କରିଥିବା ଆଇନଜୀବୀ ଏବଂ ଓଡ଼ିଶା ଆଇନଜୀବୀ ସଂଘର ପୂର୍ବତନ ସଭାପତି ଓ ସମ୍ପାଦକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe