ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତଷ୍ଟା ଦାବିରେ ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନ

Advertisment
ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତଷ୍ଟା ଦାବିରେ ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ସମ୍ବଲପୁର ଆଇନଜୀବୀମାନେ କୋର୍ଟ କାର୍ଯ୍ୟ ବର୍ଜନ କରି ଧାରଣା ଦେଇଛନ୍ତି। ଜିଲ୍ଲା ଓକିଲ ସଂଘ ଆନୁକୂଲ୍ୟରେ ଆରମ୍ଭ ହୋଇଥିିବା ଏହି ଆନ୍ଦୋଳନ ବିଧାନସଭା ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତି ହୋଇଛି।
ସୂଚନାଯୋଗ୍ୟ ଯେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଦୀର୍ଘ ଦିନ ହେବ ଜିଲ୍ଲା ଓକିଲ ସଂଘ ଆନ୍ଦୋଳନ କରି ଆସୁଛି। ଏପରିକି ସଂଘର ଏକ ପ୍ରତିନିଧିମଣ୍ଡଳି ଗତ ଅଗଷ୍ଟ ୬ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏପରିକି ବିଧାୟକ ରୋହିତ ପୂଜାରୀ ଓ ଡା. ରଶେଶ୍ୱର ପାଣିଗ୍ରାହୀଙ୍କ ଉପସ୍ଥିତିରେ ପଶ୍ଚିମ ଓଡ଼ିଶାେରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦ୍ୱିତୀୟବାର କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଚିଠି ଲେଖିବେ ବୋଳଇ ପ୍ରତିଶ୍ରୁତି ମିଳିଥିଲା। ମାତ୍ର ଏ ଦିଗରେ ପଦକ୍ଷେପ ନିଆଯାଇ ନ ଥିବାରୁ ଆସନ୍ତା ୨୦ ତାରିଖ ଯାଏ ବିଧାନସଭା ଚାଲୁ ଥିବାରୁ ସେହିଦିନ ପର୍ଯ୍ୟନ୍ତ ଓକିଲ ସଂଘ ଆନ୍ଦୋଳନ ଜାରି ରଖିବ ବୋଲି ଘୋଷଣା କରିଥିଲା ଓ ଆଜି ସକାଳେ ସମ୍ବଲପୁର କଚେରୀ ବଜାରରେ ଆଇନଜୀବୀମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe