ସମ୍ବଲପୁର: ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ଆଇନଜୀବୀଙ୍କ କଳାପତାକା ପ୍ରଦର୍ଶନ

Advertisment
ସମ୍ବଲପୁର: ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ଆଇନଜୀବୀଙ୍କ କଳାପତାକା ପ୍ରଦର୍ଶନ

ସମ୍ବଲପୁର: ଆଜି ଦିନିକିଆ ସମ୍ବଲପୁର ଗସ୍ତରେ ଆସିଥିବା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଆଇନଜୀବୀମାନଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ଦୀର୍ଘ ଦିନ ଧରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି କରି ସମ୍ବଲପୁରର ଆଇନଜୀବୀମାନେ ଆନ୍ଦୋଳନ ଚଳାଇଛନ୍ତି। ମାତ୍ର ଏ ନେଇ ରାଜ୍ୟ ସରକାର କୌଣସି ଠୋସ୍‌ ପଦକ୍ଷେପ ନେଉ ନ ଥିବା ପ୍ରତିବାଦରେ ଆଜି ଆଇନଜୀବୀମାନେ ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କ ସମ୍ବଲପୁର ଗସ୍ତ ସମୟରେ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି।

publive-image
ସୂଚନାଯୋଗ୍ୟ ଯେ ଦୀର୍ଘଦିନ ହେବ ସମ୍ବଲପୁରର ଆଇନଜୀବୀମାନେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚଳାଇଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ କର୍ଣ୍ଣପାତ କରୁ ନ ଥିବା ପ୍ରତିବାଦରେ ମନ୍ତ୍ରୀମାନଙ୍କ ଗସ୍ତ ସମୟରେ ବିରୋଧ ପ୍ରଦର୍ଶନ କରିଯିବ ବୋଲି ଆଇନଜୀବୀ ସଂଘ ଘୋଷଣା କରିଥିଲେ। ତେବେ ଆଜି ଆରଡିସି ସ୍ତରୀୟ ଧାନ ସଂଗ୍ରହ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବୈଠକ ହେବା ପାଇଁ ସ୍ଥିର ହୋଇଥିଲା। ଏଥିରେ ମନ୍ତ୍ରୀ ସୂର୍ଯ୍ୟପାତ୍ର ଯୋଗ େଦେବେ ବୋଲି ସ୍ଥିର ହୋଇଥିିଲା ତେବେ ଗତକାଲି ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କୁ ଗସ୍ତକୁ ବିରୋଧ କରାଯିବ ବୋଲି ଆଇନଜୀବୀ ସଂଘ ଘୋଷଣା କରିଥିଲା। । ତେଣୁ ଆଇନଜୀବୀମାନଙ୍କ ପ୍ରତିବାଦକୁ ଆଖି ଆଗରେ ରଖି ଏହାକୁ ବୁର୍ଲାସ୍ଥିତ ଏମସିଏଲ ସମ୍ମିଳନୀ କକ୍ଷକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏହା ଜାଣି ଆଇନଜୀବୀମାନେ ବୁର୍ଲାରେ ପହଞ୍ଚି ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ବିରୋଧ କରିବା ସହିତ କଳାପତାକା ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe