କଟକରେ ଆଇନଜୀବୀ ଏ.ପି.ସିଂହ

Advertisment
କଟକରେ ଆଇନଜୀବୀ ଏ.ପି.ସିଂହ

କଟକ : ଦାରା ସେନାର ମୁଖ୍ୟ ମୁକେଶ ସିଂହଙ୍କ ଜାମିନ ପାଇଁ କଟକ ଆସିଛନ୍ତି ବିଶିଷ୍ଟ ଆଇନଜୀବୀ ଏ.ପି.ସିଂହ। ‘ନିର୍ଭୟା’ ମାମଲାରେ ଆସାମୀମାନଙ୍କ ପକ୍ଷରୁ ମାମଲା ପରିଚାଳନା କରି ଶ୍ରୀ ସିଂହ ଚର୍ଚ୍ଚାକୁ ଆସିଥିଲେ। ଆଜି ଶ୍ରୀ ସିଂହ କଟକ ଜିଲ୍ଲା ଓ ଦୌରା ଜଜ୍ ଅଦାଲତରେ ‌ମୁକେଶଙ୍କ ଜାମିନ ସଂକ୍ରାନ୍ତ ମାମଲା ପରିଚାଳନା ପାଇଁ ପହଞ୍ଚିଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ, ରଥଯାତ୍ରାକୁ ନେଇ ଉପୁଜିଥିବା ସ୍ଥିତିକୁ ନେଇ ମୁକେଶ କିଛି ବିବାଦୀୟ ପ୍ରସଙ୍ଗ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ବୋଲି ଅଭି‌ଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଓଡ଼ିଶାର କଟକ ସହିତ ଅନ୍ୟ ତିନୋଟି ସ୍ଥାନରେ ମୁକେଶଙ୍କ ବିରୋଧରେ ମାମଲା ରହିଛି। ଅନ୍ୟପକ୍ଷରେ ଏହି ପ୍ରସଂଗରେ ଶ୍ରୀ ସିଂହ ଆଜି କହିଥିଲେ ଯେ, ଗୋଟିଏ ଅଭିଯୋଗ ନେଇ ମୁକେଶଙ୍କ ବିରୋଧରେ ଏକାଧିକ ମାମଲା ଦାୟର କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe