ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ନାହିଁ ଓକିଲ ସଂଘ

Advertisment
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ନାହିଁ ଓକିଲ ସଂଘ

ସମ୍ବଲପୁର : ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ନାହିଁ ସମ୍ବଲପୁର ଓକିଲ ସଂଘ। ବରଂ ଏହି ଅବସରରେ ହାଇକୋର୍ଟ ବେଞ୍ଚ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମୟ ମଧ୍ୟ ମଗାଯାଇଛି। ସମ୍ବଲପୁର ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସମ୍ବଲପୁର ଓକିଲ ସଂଘ ବରିଷ୍ଠ ସଦସ୍ୟ ସୁରେଶ୍ବର ମିଶ୍ର। ଏହାପରେ ସେପ୍ଟେମ୍ବର ୫ ତାରିଖରୁ ଜାରି ଅଚଳାବସ୍ଥାର ମୋଡ଼ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି। ଓକିଲ ସଂଘ ସମ୍ପାଦକ ପ୍ରବୀଣ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଘ ପଦାଧିକାରୀଙ୍କ ସମେତ ସମସ୍ତ ସଦସ୍ୟ-ସଦସ୍ୟା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe