ସମ୍ବଲପୁର: ଶନିବାର ସକାଳେ ବରିଷ୍ଠ ଆଇନଜୀବୀ ଉମେଶ ପ୍ରଧାନ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ତାଙ୍କୁ ଏକ ଟ୍ରକ ସରଲାକାନୀ ଛକ ନିକଟରେ ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଆଇନଜୀବୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସକାଳ ୬ଟା ୧୫ ମିନିଟ୍ ସମୟରେ ଏହି ଅଘଟଣ ଘଟିଥିବା ଜଣାଯାଇଛି।
ତାଙ୍କ ମୃତ୍ୟୁ ପରେ ସମ୍ବଲପୁର ଓକିଲ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଓକିଲ ସଂଘ ପକ୍ଷରୁ ଶ୍ରୀ ପ୍ରଧାନଙ୍କ ମୃତଦେହ ରଖି ରାଜରାସ୍ତା ଅବରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଓଭରବ୍ରିଜ କାମ ଶୀଘ୍ର ସାରିବା ସହ ହମ୍ସ କରିବାକୁ ଦାବି କରିଛନ୍ତି । ଧନୁପାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ଜାରି ରଖିଛି।
ଏଣେ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2022/03/Untitled-20.png)