ସାପ କାମୁଡ଼ାକୁ ବଳିଗଲା କରୋନା, ଆଖି ବୁଜିଲେ ଓକିଲ

ସାପ କାମୁଡ଼ାରେ ନାବାଳିକା ମୃତ

DLPNG.com

ବ୍ରଜରାଜନଗର : ବ୍ରଜରାଜନଗର ଥାନା ଅନ୍ତର୍ଗତ ଚାନ୍ଦିନୀମାଲ ପଞ୍ଚାୟତ କେଛୋବାହଲ ଗ୍ରାମର ଓକିଲ କୁମୁରା(୪୮)ଙ୍କୁ ଶୁକ୍ରବାର ଭୋର ପ୍ରାୟ ୪ଟାରେ ଶୋଇଥିବା ଅବସ୍ଥାରେ ସାପ କାମୁଡ଼ିଥିଲା। ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଆବଶ୍ୟକ ଇଞ୍ଜେକ୍ସନ୍‌ ଦେଇଥିଲେ। ଅବସ୍ଥା ଖରାପ ଥିବାରୁ ତାଙ୍କୁ ପୂର୍ବାହ୍ନ ୧୦ ଟାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ସାପ କାମୁଡ଼ା ଚିକିତ୍ସା ଆରମ୍ଭ ସହିତ ତାଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା। କିନ୍ତୁ ସେଠାରେ କୋଭିଡ୍‌ ରିପୋର୍ଟ ପଜିଟିଭ‌୍ ଆସିବାରୁ ତାଙ୍କୁ କୋଭିଡ୍‌ ହସ୍ପିଟାଲ୍‌ ସମ୍ବଲପୁର ସ୍ଥାନାନ୍ତର କରାଯାଇଥିଲା। ସେହିଦନ ଅପରାହ୍‌ଣ ୪ଟାରେ ତାଙ୍କର ମୃତ୍ୟୁ ଘଟିଛି।

ଓକିଲଙ୍କ ପୁଅର କହିବା ଅନୁଯାୟୀ ମଶାରି ଭିତରେ ଶୋଇଥିବା ଅବସ୍ଥାରେ ସାପ କାମୁଡ଼ିବାରୁ ଅଜାଣତରେ ସେ ତାକୁ ଧରି ପକାଇଥିଲେ। ସାପଟି ପୁନର୍ବାର ହାତର ତିନି ଜାଗାରେ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ପରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ତାଙ୍କ ପାଇ ବିପଦ ସାଜିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe