ଆଇନଜୀବୀଙ୍କୁ ମାଡ଼ ମାମଲା : ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisment
ଆଇନଜୀବୀଙ୍କୁ ମାଡ଼ ମାମଲା : ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ପକ୍ଷରୁ ରଜୁ ମାମଲାର ଶୁଣାଣି କରି ହାଇକୋର୍ଟ କ୍ରାଇମବ୍ରାଞ୍ଚକୁ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସି.ଆର ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ପୁଲିସ ନିଷ୍କ୍ରିୟତା‌ ଅଭିଯୋଗ କରି ଶ୍ରୀ ପଟ୍ଟନାୟକ ଦାଖଲ କରିଥିବା ପିଟିସନର ଶୁଣାଣି ହୋଇଥିଲା। ବୁଧବାର ସୁଦ୍ଧା ଶ୍ରୀ ପଟ୍ଟନାୟକଙ୍କ ପକ୍ଷରୁ ରୁଜୁ ମାମଲାର ତଦନ୍ତର ସ୍ଥିତି ଅବଗତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଏହି ମାମଲାରେ କେବେ ଚାର୍ଜସିଟ ଦାଖଲ ହେବ ସେ ନେଇ ଅବଗତ କରିବା ପାଇଁ ଖଣ୍ଡପୀଠ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଅଗଷ୍ଟ ୨୯ ତାରିଖ ଦିନ ନୂଆବଜାର ଛକରେ ତାଙ୍କୁ ପୁଲିସ କର୍ମଚାରୀ ଓ ଜଣେ ସ୍ଥାନୀୟ ଲୋକ ଆକ୍ରମଣ କରିଥିଲେ ବୋଲି ଦର୍ଶାଇ ଶ୍ରୀ ପଟ୍ଟନାୟକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲା ଆଧାରରେ ପୁଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ବୋଲି ଦର୍ଶାଇ ସେ ହାଇକୋଟର୍ଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe