ସାମ୍ବାଦିକ ଲୋକନାଥଙ୍କୁ ଭେଟିଲେ ଆଇନଜୀବୀ ଓ ସାମାଜିକ କର୍ମ

Advertisment
ସାମ୍ବାଦିକ ଲୋକନାଥଙ୍କୁ ଭେଟିଲେ ଆଇନଜୀବୀ ଓ ସାମାଜିକ କର୍ମ

ବାଲେଶ୍ବର: ବାଲେଶ୍ବର ଓକିଲ ସଂଘର ସଭାପତି ମନୋଜ ନାୟକଙ୍କ ନେତୃତ୍ବରେ ସହରର ଅନ୍ୟ ବୁଦ୍ଧିଜୀବୀ ମିଶି ଆଜି ସନ୍ଧ୍ୟାରେ ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି ହୋଇଥିବା ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଭେଟି ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତିର ଦ୍ରୁତ ଅବନତି ଘଟିଛି।

ନିଶା କାରବାର, ଚୋରି, ଛିନ୍‌ତାଇ, ଲୁଟ୍‌ ଆଦି ଅପରାଧ ବୃଦ୍ଧିପାଇ ଚାଲିଛି। ପୁଲିସ ଏ ଦିଗରେ ନିଷ୍କ୍ରିୟ ଥିବାବେଳେ ଦେଶର ଚତୁର୍ଥ ସ୍ତମ୍ବର କଣ୍ଠରୋଧ କରିବାକୁ ଉଦ୍ୟମ କରିଛି। ପୁଲିସ୍‌ର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓକିଲ ସଂଘର ସଭାପତି ଶ୍ରୀ ନାୟକଙ୍କ ସମେତ ସିଭିଲ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଆଇନଜୀବୀ ଶିବଦାସ କୁଣ୍ଡୁ, ଆଇନଜୀବୀ ଅବ୍‌ଦୁଲ ରଫିକ୍‌, ଇନ୍‌‌ତେଖାବ୍‌ ଅଲ୍ଲି ଖାନ୍‌, ଗଗନ ସେଠୀ, ଅରୁଣ ଜେନା, ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe