ମାସ୍କ ଚେକିଂ ଆଳରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଓକିଲ ସଂଘ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଘେରାଉ

Advertisment
ମାସ୍କ ଚେକିଂ ଆଳରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଓକିଲ ସଂଘ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଘେରାଉ

ଢେଙ୍କାନାଳ: ମାସ୍କ ଚେକିଂ ଆଳରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ କାର୍ଯ୍ୟାଳୟରେ ଘେରାଉ କରାଯାଇଛି। ଶୁକ୍ରବାର ମଧ୍ୟରେ ନ୍ୟାୟ ନ ମିଳିଲେ ଢେଙ୍କାନାଳ ବନ୍ଦ ପାଇଁ ସଂଘପକ୍ଷରୁ ଚେତାବନୀ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ଶନିବାର ଦିନ ଢେଙ୍କାନାଳ ଜିଲ୍ଲା କୋର୍ଟ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ଟାଉନ ଥାନାର ଜଣେ ପୁଲିସ ଅଧିକାରୀ ମାସ୍କ ଚେକିଂ ବେଳେ ମାଡ଼ ମାରିବା ସହ ତାଙ୍କ ମୋବାଇଲ ଛଡ଼ାଇ ନେବାର ଅଭିଯୋଗ ହୋଇଥିଲା। ଏହି ଘଟଣା ସମ୍ପର୍କରେ ସଦର ଏସଡିପିଓ ଙ୍କୁ ଜଣାଇଥିଲେ ମଧ୍ୟ ଏହାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ଏହାକୁ ନେଇ ଆଜି ଜିଲ୍ଲା ଓକିଲ ସଂଘ ପକ୍ଷରୁ ସଭାପତିଙ୍କ ନେତୃତ୍ୱରେ ସଦସ୍ୟମାନେ ଆରକ୍ଷୀ ଅଧୀକ୍ଷକଙ୍କୁ ଘେରାଉ କରି ଦାବି ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe