ଏପ୍ରିଲ୍‌ରୁ କାର୍ଯ୍ୟକାରୀ ହେବ ଆଇନଜୀବୀ କଲ୍ୟାଣ କର୍ପସ୍‌ ଫଣ୍ଡ: ମାମଲା ରୁଜୁ ବେଳେ ଲାଗିବ ୧୦୦ ଟଙ୍କିଆ ଷ୍ଟାମ୍ପ୍‌

Advertisment

ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ୍‌ ଏପ୍ରିଲ୍‌ ପହିଲାରୁ ରାଜ୍ୟରେ ଆଇନଜୀବୀ କଲ୍ୟାଣ କର୍ପସ୍‌ ଫଣ୍ଡ ଆଇନ-୨୦୨୦ ଲାଗୁ ହେବ। ୫ ବର୍ଷ ତଳୁ ଏହି ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିଲା।

ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ୍‌ ଏପ୍ରିଲ୍‌ ପହିଲାରୁ ରାଜ୍ୟରେ ଆଇନଜୀବୀ କଲ୍ୟାଣ କର୍ପସ୍‌ ଫଣ୍ଡ ଆଇନ-୨୦୨୦ ଲାଗୁ ହେବ। ୫ ବର୍ଷ ତଳୁ ଏହି ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିଲା।

sdcxd

କଟକ: ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ୍‌ ଏପ୍ରିଲ୍‌ ପହିଲାରୁ ରାଜ୍ୟରେ ଆଇନଜୀବୀ କଲ୍ୟାଣ କର୍ପସ୍‌ ଫଣ୍ଡ ଆଇନ-୨୦୨୦ ଲାଗୁ ହେବ। ୫ ବର୍ଷ ତଳୁ ଏହି ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିଲା। ତେବେ ନବ ନିର୍ବାଚିତ ବାର୍‌ କାଉନ୍‌ସିଲ୍‌ ନିଷ୍ପତ୍ତି ଅନୁଯାୟୀ ଚଳିତବର୍ଷ ଏପ୍ରିଲ୍‌ ୧ରୁ ଏହି ଆଇନ ଲାଗୁ ହେବ। ଫଳରେ ଆଇନଜୀବୀମାନେ ଏପ୍ରିଲ୍‌ ମାସରୁ ପ୍ରତ୍ୟେକ ମାମଲା ରୁଜୁ କରିବା ବେଳେ ଆବେଦନପତ୍ରରେ ୧୦୦ ଟଙ୍କାର ଆଡଭୋକେଟ୍‌ ୱେଲ୍‌ଫେୟାର୍‌ କର୍ପସ୍‌ ଫଣ୍ଡର ଷ୍ଟାମ୍ପ୍‌ ଲଗାଇବା ବାଧ୍ୟତାମୂଳକ ହେବ। ଏହି ଷ୍ଟାମ୍ପ୍‌ ବାବଦ ଆଦାୟ ଅର୍ଥକୁ ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀଙ୍କ ସ୍ୱାର୍ଥରେ ବିନିଯୋଗ କରାଯିବ। ଏହି ୧୦୦ ଟଙ୍କାରୁ ୨୦ ଟଙ୍କା ରାଜ୍ୟରେ ଥିବା ୧୯୦ଟି ବାର୍‌ ଆସୋସିଏସନ୍‌କୁ ପ୍ରଦାନ କରାଯିବ। ଅବଶିଷ୍ଟ ଅର୍ଥ ଆଇନଜୀବୀମାନଙ୍କ ବାର୍‌ ପାଠାଗାର, କନିଷ୍ଠ ଅଧିବକ୍ତାଙ୍କୁ ସହାୟତା, ସମସ୍ତ ଆଇନଜୀବୀଙ୍କ ଚିକିତ୍ସା, ମୃତ୍ୟୁକାଳୀନ ସହାୟତା, ମହାମାରୀ ବା ପ୍ରାକୃତିକ ବିପର୍ଯ୍ୟୟ ଆଦି ଜରୁରିକାଳୀନ ସ୍ଥିତି, ସର୍ବୋପରି ଆଇନଜୀବୀମାନଙ୍କ ସାମୂହିକ ସ୍ବାର୍ଥରେ ବିନିଯୋଗ କରାଯିବ ବୋଲି ଓଡ଼ିଶା ରାଜ୍ୟ ବାର୍‌ କାଉନସିଲ୍‌ ପକ୍ଷରୁ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ଆଇନଜୀବୀଙ୍କ ସ୍ୱାର୍ଥ ଲାଗି ଖର୍ଚ୍ଚ ହେବ ଏହି ଅର୍ଥ

ଶ୍ରୀ ଦ୍ୱିବେଦୀଙ୍କ ସହ ଉପାଧ୍ୟକ୍ଷ ରାଜୀବ ମହାନ୍ତି, କାଉନସିଲ୍‌ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଦେବୀପ୍ରସାଦ ଧଳ, ସୌରଚନ୍ଦ୍ର ମହାପାତ୍ର, ବିଭୁପ୍ରସାଦ ତ୍ରିପାଠୀ, ଅରୂପାନନ୍ଦ ଦାସ, ଆତ୍ମପ୍ରକାଶ ମହାନ୍ତି ପ୍ରମୁଖ ଏ ସମ୍ପର୍କରେ ସବିଶେଷ ବିବରଣୀ ସହ ଆଇନଜୀବୀ ପରିଷଦର ଆଭିମୁଖ୍ୟ ନେଇ ସୂଚନା ଦେଇଥିଲେ।  ସେମାନେ କହିଥିଲେ ଯେ, ଏହି କର୍ପସ୍‌ ଫଣ୍ଡ ଲାଗି ରାଜ୍ୟ ସରକାର, କେନ୍ଦ୍ର ସରକାର, ଭାରତୀୟ ଆଇନଜୀବୀ ପରିଷଦ, ବିଭିନ୍ନ ଘରୋଇ କମ୍ପାନି ଓ ବ୍ୟକ୍ତିବିଶେଷ ଅର୍ଥ ଦାନ କରିପାରିବେ। ଘରାଇ ବ୍ୟକ୍ତିବିଶେଷ ଓ କମ୍ପାନି ଦେଉଥିବା ଅର୍ଥ ଉପରେ ଆୟକର ରିହାତିର ବ୍ୟବସ୍ଥା ରହିଛି। କର୍ପସ୍‌ ଫଣ୍ଡ ଛଡ଼ା ଆଇନଜୀବୀମାନଙ୍କ କଲ୍ୟାଣ ଲାଗି ରାଜ୍ୟ ସରକାରଙ୍କ ଅନୁଦାନ ୧୦ କୋଟିରୁ ୫୦ କୋଟି ଟଙ୍କାକୁ ବୃଦ୍ଧି, ଆଇନଜୀବୀଙ୍କ ସୁରକ୍ଷା ଲାଗି ସ୍ୱତନ୍ତ୍ର ଆଇନ ପ୍ରଣୟନ, ସମସ୍ତ ଆଇନଜୀବୀଙ୍କ ଲାଗି ବାର୍ଷିକ ୧୦ ଲକ୍ଷ ଟଙ୍କାର ମଧୁବାବୁ ସ୍ୱାସ୍ଥ୍ୟବୀମା ପ୍ରଚଳନ ଓ ରାଜ୍ୟରେ ଆଇନଜୀବୀ ଏକାଡେମି ପ୍ରତିଷ୍ଠା ଲାଗି ଜମି ଯୋଗାଇଦେବାକୁ ଆଇନଜୀବୀ ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଗତ ନଭେମ୍ବର ୧୪ ତାରିଖରେ ଦାବି ଉପସ୍ଥାପନ କରାଯାଇଛି। ଏହି ଦାବି ପୂରଣ କରିବା ଲାଗି ସେମାନେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଇନଜୀବୀଙ୍କ କଲ୍ୟାଣ ଲାଗି ଏହି କର୍ପସ୍‌ ଫଣ୍ଡ ବ୍ୟବସ୍ଥାରେ ସହଯୋଗ କରିବାକୁ ସମସ୍ତ ଆଇନଜୀବୀଙ୍କୁ ନିବେଦନ କରିଛିନ୍ତି। 

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲ୍‌ ସଦସ୍ୟ ଭକ୍ତଭୂଷଣ ବାରିକ, ପୀତବାସ ପଣ୍ଡା, ବିଭୁପ୍ରସାଦ ଦାସ, ଦେବଦତ୍ତ ମିଶ୍ର, ଦୀନେଶ ଚନ୍ଦ୍ର ରାୟ, ପ୍ରସନ୍ନ କୁମାର ପାଢୀ, ସଞ୍ଜିତ କୁମାର ପାଣିଗ୍ରାହୀ, ଗିରିଜା ଶଙ୍କର ମିଶ୍ର, ମାନସ ଚାନ୍ଦ, ଗିରିଧାରୀ ମହାପାତ୍ର, ନୃସିଂହ ଚରଣ ନାୟକ, ଲକ୍ଷ୍ମୀନାରାୟଣ ପଟେଲ, ଜ୍ଞାନରଞ୍ଜନ ମହାନ୍ତି, ପି. ରମେଶ ପାତ୍ର, ଅକ୍ଷୟ କୁମାର ସାମାନ୍ତରାୟ, ଧନଞ୍ଜୟ ମୁଣ୍ଡ ଓ ତପନ କୁମାର ବିଶ୍ୱାଳ ପ୍ରମୁଖ ଏ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe