କାହା ସ୍ବାର୍ଥରେ ଲକ୍ଷ୍ମୀ ବସ୍‌ ବିଶ୍ରାମଗାର: ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଲା

Advertisment

ତତ୍କାଳୀନ ରାଜ୍ୟ ସରକାର ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ ଯୋଜନା। ଏହି ବସ ପଂଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲାସଦରମହକୁମା, ଜିଲ୍ଲାସଦରମହକୁମାରୁ ଭୁବନେଶ୍ବର ଓ ପୁରୀକୁ ରାଜ୍ୟସରକାରଙ୍କ ସହଯୋଗରେ ଚାଳିଛି।

ତତ୍କାଳୀନ ରାଜ୍ୟ ସରକାର ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ ଯୋଜନା। ଏହି ବସ ପଂଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲାସଦରମହକୁମା, ଜିଲ୍ଲାସଦରମହକୁମାରୁ ଭୁବନେଶ୍ବର ଓ ପୁରୀକୁ ରାଜ୍ୟସରକାରଙ୍କ ସହଯୋଗରେ ଚାଳିଛି।

KPT

କୋରାପୁଟ: ତତ୍କାଳୀନ ରାଜ୍ୟ ସରକାର ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ ଯୋଜନା। ଏହି ବସ ପଂଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲାସଦରମହକୁମା, ଜିଲ୍ଲାସଦରମହକୁମାରୁ ଭୁବନେଶ୍ବର ଓ ପୁରୀକୁ ରାଜ୍ୟସରକାରଙ୍କ ସହଯୋଗରେ ଚାଳିଛି। ନୂଆ ସରକାର ଆସିବା ପରେ  ଲକ୍ଷ୍ମୀ ବସରୁ ମୁଖ୍ୟମନ୍ତ୍ରୀ ବସ ସେବା ନାଁକୁ ପରିବର୍ତ୍ତିତ ହୋଇଛି। ୧୪ଟି ବ୍ଲକ ପାଇଁ ୫୬ଟି ବସ ଆସି ସାରିଛି। ଏହା ସହ ଜିଲ୍ଲାର ୧୪ ବ୍ଲକର ୨୪୦ ପଂଚାୟତରେ ୨୪୦ଟି  ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ଯେଉଁ ପଂଚାୟତରେ ପୁରୁଣା ଯାତ୍ରୀ ବିଶ୍ରାମଗାର ରହିଛି ତାହାର ପୁନଃରୁଦ୍ଧାର କରିବା ଯୋଜନା ରହିଥିଲା। ଯେଉଁଠାରେ ନାହିଁ ସେହିଠାରେ ନୂଆରେ ନିର୍ମାଣ କରିବା।

ତେବେ ଜିଲ୍ଲାର ଅଧିକାଂଶ ସ୍ଥାନରେ ଯାତ୍ରୀ ମାନେ ଯେଉଁ ସ୍ଥାନରେ ବସକୁ ଅପେକ୍ଷା କରନ୍ତି ନି ସେହିପରି ସ୍ଥାନରେ ଏହି ବିଶ୍ରାମଗାର ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। କାହା ସ୍ବାର୍ଥରେ ତଥା କାହା ପାଇଁ ଏହି ବସଷ୍ଟାଣ୍ଡ ନିର୍ମାଣ କରାଗଲା ଏବେ ଏହି ସ୍ଥାନକୁ ଯାତ୍ରୀ ଯାଉ ନାହାନ୍ତି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି। 

ସୂଚନାଯୋଗ୍ୟ, ଜିଲ୍ଲାର ୧୪ଟି ବ୍ଲକର ୨୪୦ଟି ଯାଂଚ ପଂଚାୟତ ସଦରମହକୁମାରେ ଏହି ଯାତ୍ରୀ ବି୍ଶ୍ରାମଗାର ନିର୍ମାଣ କରାଯିବାକୁ ଯୋଜନା ରହିଥିଲା। ପୁରୁଣା ବିଶ୍ରାମଗାରର ପୁନଃଉଦ୍ଧାର ପାଇଁ ୭୫ହଜାର ଟଙ୍କା ଓ ନୂଆ ନିର୍ମାଣ ପାଇଁ ୫ଲକ୍ଷ ଅନୁଦାନ ମିଳିଥିଲା। ପୁରୁଣା ବିଶ୍ରାମଗାରରୁ କିଛି ବିଶ୍ରାମଗାରର ପୁନଃଉଦ୍ଧାର କରିଛି ଜିଲ୍ଲାର ବିଭିନ୍ନ ବ୍ଲକ ପ୍ରଶାସନ। ତେବେ ବହୁ ସ୍ଥାନରେ ନୂଆର ନିର୍ମାଣ କାମ ଏଯାଏଁ ବି ସରିନି। ଅପରପକ୍ଷରେ କିଛି ପୁରୁଣାକୁ ବି ପୁନଃଉଦ୍ଧାର କରି ପାରିନି ବ୍ଲକ ପ୍ରଶାସନ। ଏପରିକି କିଛି ବ୍ଲକରେ ଥିବା ପୁରୁଣା ବିଶ୍ରାମଗାରକୁ ଯାତ୍ରୀ ମାନେ ପୂର୍ବରୁ ବି ବ୍ୟବହାର କରୁ ନଥିଲେ। କୁମୁଲିପୁଟରେ ଥିବା ବିଶ୍ରାମଗାର ସମ୍ମୁଖରେ ଏବେ ଗ୍ରାମବାସୀ ମାନେ ଡମ୍ପିଂୟାର୍ଡ କରିଛନ୍ତି।

ପୁରୁଣା ବିଶ୍ରାମଗାରର ପୁନଃଉଦ୍ଧାର ପାଇଁ ୭୫ହଜାର ଟଙ୍କା ଓ ନୂଆ ନିର୍ମାଣ ପାଇଁ ୫ଲକ୍ଷ ଅନୁଦାନ ମିଳିଥିଲା। ପୁରୁଣା ବିଶ୍ରାମଗାରରୁ କିଛି ବିଶ୍ରାମଗାରର ପୁନଃଉଦ୍ଧାର କରିଛି ଜିଲ୍ଲାର ବିଭିନ୍ନ ବ୍ଲକ ପ୍ରଶାସନ। ତେବେ ବହୁ ସ୍ଥାନରେ ନୂଆର ନିର୍ମାଣ କାମ ଏଯାଏଁ ବି ସରିନି।

ଅପରପକ୍ଷରେ ଜୟପୁର ବ୍ଲକର ରଣ୍ଡାପାଲ୍ଲୀରେ ଥିବା ବିଶ୍ରାମଗାରକୁ ବ୍ୟବସାୟୀ ମାନେ ନିଜ ଅଧିନରେ ରଖିଛନ୍ତି। ଆମ୍ବାଗୁଡା ଗାଁ ମୁଖ୍ୟ ଛକରେ ବିଶ୍ରାମଗାର ନଥିବା ବେଳେ ଏହାକୁ ଗାଁ ମଝିରେ କରାଯାଇଛି। ସେହିପରି କୋରାପୁଟ ବ୍ଲକର ମାଛରା ଗାଁ ଛକ ଗୋଟିଏ ସ୍ଥାନରେ ଥିବା ବେଳେ ଛକ ଠାରୁ ବହୁ ଦୁରରେ ଏହି ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି। ତାହା ପୁଣି ଖୋଲାମେଲା। ସାମାନ୍ୟ ବର୍ଷା ହେବା ମାତ୍ରକେ ସବୁ ପାଣି ଏହା ମଧ୍ୟକୁ ପଶୁଛି। ଏହି ସ୍ଥିତିରେ ଏହି ବସ ବିଶ୍ରାମଗାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କାହା ସ୍ବାର୍ଥରେ ନିର୍ମାଣ କରାଯାଇଛି ବୋଲି ପ୍ରଶ୍ନ ଉଠିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe