ରାଜନଅରଠାରେ ଲକ୍ଷ୍ମୀ-ନାରାୟଣ ଭେଟ

Advertisment
ରାଜନଅରଠାରେ ଲକ୍ଷ୍ମୀ-ନାରାୟଣ ଭେଟ

ପୁରୀ : ବିବାହ ପରେ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ନଜଣାଇ ଭାଇଭଉଣୀଙ୍କୁ ଧରି ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନ ଯାତ୍ରାରେ ପଳାଇ ଆସିଥିଲେ। ଏହା ଜାଣି ମା ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରାରେ ଯାଇଥିଲେ। କିନ୍ତୁ ମହାପ୍ରଭୁଙ୍କ ଦର୍ଶନ ନପାଇ ଅପମାନରେ ଫେରି ଆସିଥିଲେ ମା। ଏଥି ପାଇଁ ମା ଅଭିମାନ କରିଛନ୍ତି। ଆଉ ଏହି ମାନଭଞ୍ଜନ ପାଇଁ ଆଜି ରାଜନଅରଠାରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଛି। ୯ ଦିନ ହେଲା ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିନଥିବା ମା ଲକ୍ଷ୍ମୀ ଠାକୁରାଣୀ ଆଜି ମା ବିମଳାଙ୍କ ଅନୁରୋଧ ରକ୍ଷା କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଗଜପତି ମହାରାଜ ଦିବ୍ୟସିଂହ ଦେବ ଏହି ମାନଭଞ୍ଜନର ମଧ୍ୟସ୍ଥି ସାଜିଛନ୍ତି। ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀମନ୍ଦିରରୁ ସୁସଜ୍ଜିତ ବିମାନରେ ଆଣି ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି। ମା ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ପୁନର୍ବାର ଶ୍ରୀମନ୍ଦିର ଫେରି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe