ଦକ୍ଷିଣକାଳୀଙ୍କ ପୀଠରେ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ଶିଳାନ୍ୟାସ

Advertisment

ଗ୍ରାମ୍ୟ ପର୍ଯ୍ୟଟନର ନୂଆ କେନ୍ଦ୍ର ହେବ ବୀରଗୋବିନ୍ଦପୁର

ଗ୍ରାମ୍ୟ ପର୍ଯ୍ୟଟନର ନୂଆ କେନ୍ଦ୍ର ହେବ ବୀରଗୋବିନ୍ଦପୁର

ଦକ୍ଷିଣକାଳୀଙ୍କ ପୀଠରେ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ଶିଳାନ୍ୟାସ

ସାକ୍ଷୀଗୋପାଳ : ଓଡ଼ିଶାର ଗ୍ରାମ୍ୟ ଜୀବନରେ ବୀରଗୋବିନ୍ଦପୁର ଗ୍ରାମକୁ ଗୋଟିଏ ପର୍ଯ୍ୟଟନ କେନ୍ଦ୍ର ତଥା ସୁସଜ୍ଜିତ, ସମୃଦ୍ଧ ଓ ସଂସ୍କୃତି ସମ୍ପନ୍ନ ଅଞ୍ଚଳ କରାଯିବ। ଏଥିପାଇଁ ଆମେ ସମସ୍ତେ ସାମୂହିକ ଦାୟିତ୍ୱ ନେବା ଉଚିତ୍ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବୀରଗୋବିନ୍ଦପୁର ଗ୍ରାମ ତଥା ମା’ ଦକ୍ଷୀଣାକାଳୀଙ୍କ ପୀଠ ପରିସରରେ ଇଣ୍ଡିଆନ ଅଏଲ୍‌ର ସାମାଜିକ ଦାୟିତ୍ୱବୋଧ(ସିଏସଆର) ଅନ୍ତର୍ଗତ ବିଭିନ୍ନ ସୌନ୍ଦର୍ଯ୍ୟୀକରଣ କାମର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଏହି ଅଞ୍ଚଳର ସୌନ୍ଦର୍ଯ୍ୟୀକରଣ ପାଇଁ ଇଣ୍ଡିଆନ ଅଏଲ ପକ୍ଷରୁ ଏଠାରେ କମ୍ୟୁନିଟି ହଲ୍‌, ଯୋଗ କେନ୍ଦ୍ର, ଶିଶୁ ଉଦ୍ୟାନ ନିର୍ମାଣ କରାଯିବ। ୫୦ଟି ସୋଲାର୍ ଲାଇଟ୍ ଦ୍ୱାରା ଆଲୋକୀକରଣ ବ୍ୟବସ୍ଥା କରାଯିବ। ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯିବ। ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ ସହ ଦୁଇଟି ପୋଖରୀର ସୌନ୍ଦର୍ଯ୍ୟୀକରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନର ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ବୀରଗୋବିନ୍ଦପୁର ଗ୍ରାମରେ ଏହି ସୁବିଧା ହେବା ଦ୍ୱାରା କେବଳ ଗ୍ରାମବାସୀ ନୁହେଁ, ବରଂ ବିଶେଷ ଭାବରେ କାଳୀପୂଜା ସମୟରେ ମା’ ଦକ୍ଷୀଣାକାଳୀଙ୍କ ଦର୍ଶନ ପାଇଁ ଏଠାକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଉପକୃତ ହେବେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମା’ ଦକ୍ଷୀଣାକାଳୀଙ୍କ ପୀଠକୁ ଯାଇ ମା'ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।

publive-image
ଆଇଓସିଏଲ ପକ୍ଷରୁ ଏହି ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ପାଇଁ ୨. ୪୦ କୋଟି ଟଙ୍କା ବ୍ୟୟ କରାଯିବ। ଆଜି ଶିଳାନ୍ୟାସ କାର୍ଯ୍ୟକ୍ରମେ ସମ୍ମାନିତ ଅତିଥି ଭାବରେ ଆଇଟିଡିସିର ଅଧ୍ୟକ୍ଷ ଡ. ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତୀ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଅଲେଖ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ପୁଲିସ ମହା ନିର୍ଦ୍ଦେଶକ ଗୋପାଳ ଚନ୍ଦ୍ର ନନ୍ଦ, ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂ, ସ୍ଥାନୀୟ ନେତା ଓମ୍‌ପ୍ରକାଶ ମିଶ୍ର, ପୂର୍ବତନ ବିଧାୟକ ରବି ମଲ୍ଲିକ, ପ୍ରମୁଖ ଯୋଘ ଦେଇଥିଲେ। ଆଇଓସିଏଲ ର ସାଧାରଣ ପରିଚାଳକ ଧନ୍ୟବାଦ ଦେଇଥିଲେ। ଗ୍ରାମର ଗୋପାଳକୁଷ୍ଣ ଯୁବକ ସଂଘ ର କର୍ମକର୍ତ୍ତା , ସଦସ୍ୟ ଓ ଗ୍ରାମକୋଠ କମିଟି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe